ଲକ୍ ଡାଉନରେ ଅଘଟଣ, ଆମ୍ବୁଲାନ୍ସ ଗାଡିକୁ ପୋଲିସ ଗାଡି ଭାବି ଧାଇଁବା ବେଳେ ପଡିଯାଇ ମୃତ୍ୟୁ

0
217

 

କୋଦଳା,୧୧/୦୪/୨୦୨୦(ବ୍ୟୁରୋ ରିପୋର୍ଟ) ଲକ୍ ଡାଉନ୍ ବେଳେ ଅଘଟଣ ।ଏମିତି ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି ।ଆମ୍ବୁଲାନ୍ସ ଗାଡିକୁ ପୋଲିସ ଗାଡି ଭାବି ଭୟଭୀତ ହୋଇ ଦୌଡ଼ିବା ଏବଂ ପଡିଯାଇ ହଠାତ୍ ପ୍ରାଣ ହରାଇଥିବା ଭଳି ଖବର ଆସିଛି। ଗଂଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ତିରିଡା ଗ୍ରାମରେ ଦେଖିବାକୁ ମିଳିଛି ଏହିପରି ଏକ ଅଭାବନୀୟ ଘଟଣା। । ଗ୍ରାମର ନୂଆଁ ସାହି ଦେଇ ଅପରାହ୍ନ ପ୍ରାୟ ୩ ଟା ସମୟରେ ଏକ ଆମ୍ବୁଲାନ୍ସ ଗାଡି ବିରିବାଟିଆ ଗ୍ରାମକୁ ଯାଉଥିଲା। ସେହି ସମୟରେ ଗ୍ରାମର କୃଷ୍ଣ ବେହେରା ନାମକ ୫୦ ବର୍ଷୀୟ ଜଣେ ବ୍ୟକ୍ତି ଆମ୍ବୁଲାନ୍ସ ସାଇରନ୍ ଶୁଣି ପୋଲିସ ଗାଡି ଭାବି ଦୌଡ଼ିବାକୁ ଲାଗିଲେ। ଘରଠାରୁ କିଛି ଦୂରରେ ବସିଥିବା ବେଳେ ସେ ନିଜ ଘର ଆଡକୁ ଦୌଡି ଘର ପାଖରେ ହଠାତ୍ ପଡି ଯାଇଥିଲେ। ଏହା ପରେ ତାଙ୍କର ହୃତପିଣ୍ଡ ଚୋକ୍ ହୋଇ ଯାଇଥିଲା। କେହି କିଛି ବୁଝିବା ଆଗରୁ ଆଖି ବୁଜିଲେ କୃଷ୍ଣ। ତତ୍ କ୍ଷଣାତ୍ ତାଙ୍କୁ ଖଲ୍ଲିିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here