ଦିଗପହଣ୍ଡି,୧୧/୦୪/୨୦୨୦(ଗଦାଧର ଶୁକ୍ଳ)
ଶନିବାର ଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ବିଡ଼ିଓ ହଳଧର ଶବର ଦିଗପହଣ୍ଡି ସହର ଓ ପଦ୍ମନାଭପୁର ପଞ୍ଚାୟତ ର କେତେକ ଅଞ୍ଚଳ କୁ ସକାଳୁ ସକାଳୁ ସାଇକେଲ ବୁଲି ସ୍ଥିତି ପରଖୁଥିବା ଦୃଶ୍ୟ ଦେଖି ଲୋକେ ପ୍ରଫୁଲ୍ଲିତ।ଅଞ୍ଚଳର ପ୍ରାୟ ୬୧ କଳାକାର ଙ୍କୁ ଅଗ୍ରୀମ ଭତା ଦିଆଗଲା।ବିଡ଼ିଓ ପଦ୍ମନାଭ ପୁର ଗ୍ରାମରେ ସାଇକେଲ ରେ ବୁଲିବା ସମୟରେ ଲୋକଙ୍କ ପାଖକୁ ଯାଇ ରାସନ କାର୍ଡ ରେ ରାସନ ଓ ଟଙ୍କା ପାଇଲେ କି ବୋଲି ପ୍ରଶ୍ନ ମଧ୍ୟ କରିଥିଲେ ଓ ଖାଉଟି ପ୍ରଦାନ କେନ୍ଦ୍ରକୁ ଯାଇ ସାମାଜିକ ଦୂରତ୍ୱ ରଖିବା ପାଇଁ ମଧ୍ୟ ଲୋକଙ୍କୁ ତାଗିତ କରିଥିଲେ।ବିଡ଼ିଓ ଙ୍କ ନିର୍ଦ୍ଧେଶ କ୍ରମେ ପଦ୍ମନାଭ ପୁର ସରପଞ୍ଚ ବି କ୍ରିଷ୍ଣା ରାଓ ସୁବୁଦ୍ଧି, ସମିତି ସଭ୍ୟ ସୁଶାନ୍ତ କୁମାର ସେଠୀ,ପଞ୍ଚାୟତ ପିଇଓ ଓ ଜିଆରଏସ ଙ୍କ ଉପସ୍ଥିତି ରେ ମଙ୍ଗରାଜ ପୁର ଗ୍ରାମର ନିର୍ମାଣ ଶ୍ରମିକ ମାନଙ୍କୁ ୧୫୦୦ଟଙ୍କା ଲେଖାଏଁ ବଣ୍ଟନ କରାଗଲା।ଅନ୍ୟ ହିତାଧିକାରୀ ମାନଙ୍କୁ ମଧ୍ୟ ସରକାର ଘୋଷଣା କରିଥିବା ଅର୍ଥ ଅତି ଶୀଘ୍ର ପ୍ରଦାନ କରାଯିବ ତେଣୁ ଲୋକଙ୍କୁ ବିଡ଼ିଓ ବୁଝାଇଥିଲେ ଏବଂ ଘରେ ରୁହ ସୁରକ୍ଷିତ ରୁହ ବୋଲି ଲୋକଙ୍କୁ ବିଡ଼ିଓ ବୁଝାଇଥିଲେ।




