“ଆସନ୍ତୁ ଗଢିବା ରକ୍ତ ସମ୍ପର୍କ” ଅଭିଯାନ ର ପଞ୍ଚମ ରକ୍ତ ଦାନ ଶିବିର ଅନୁଷ୍ଠିତ

0
265

 

ବ୍ରହ୍ମପୁର, ୧୨/୦୪/୨୦୨୦(ବ୍ୟୁରୋ ରିପୋର୍ଟ) ସହର ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବ୍ରହ୍ମପୁର ସବୁଜ ବାହିନୀ ଏବଂଆଞ୍ଚଳିକ ବିକାଶ ପରିଷଦର ମିଳିତ ଆନୁକୂଲ୍ୟରେ “ଆସନ୍ତୁ ଗଢିବା ରକ୍ତ ସମ୍ପର୍କ” ନାମକ ରକ୍ତ ଦାନ ଶିବିର ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ କରୋନା ମହାମାରୀ ପ୍ରଭାବ ରୁ ରକ୍ତ ଭଣ୍ଡାର ରେ ରକ୍ତ ଘୋର ଅଭାବ ଦେଖାଯାଇଛି ରୋଗୀ ମାନେ ଘୋର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।ବିଶେଷ ଭାବେ ଗର୍ଭବତୀ ମହିଳା ଓ ଥାଲାସେମିଆ ରୋଗୀ ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏହି ଅସୁବିଧାକୁ କିଛି ମାତ୍ରାରେ ହ୍ରାସ କରିବାପାଇଁ ଏହି ନିଆରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।ବିଭିନ୍ନ ଅନୁଷ୍ଠାନ ତଥା ସ୍ବେଚ୍ଛାସେବୀ ମାନଙ୍କୁ ରକ୍ତ ଦାନ କରିବା ପାଇଁ ଅନୁରୋଧ କରାଯାଉଛି । ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ନୂତନ ରକ୍ତ ଦାତା ସୃଷ୍ଟି କରିବା ଏବଂ ରକ୍ତଦାତାମାନେ ରକ୍ତଦାନ କେନ୍ଦ୍ରକୁ ଆସି ରକ୍ତ ଦାନ କରିବେ । ଆଜିର ଶିବିର ରେ ସମୁଦାୟ ୧୩ ଗୋଟି ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ସବୁଜ ବାହିନୀ ର ସଭାପତି ଶିବରାମ ପାଣିଗ୍ରାହୀ ଓ ଆଞ୍ଚଳିକ ବିକାଶ ପରିଷଦର ସଂପାଦକ ବିଜେନ୍ଦ୍ର ମାଝୀଙ୍କ ସଂଯୋଜନାରେ ରକ୍ତ ଭଣ୍ଡାର ର ଡା.ରଶ୍ମିତା ପାଣିଗ୍ରାହୀ ଓ ସୁସ୍ମିତା ବେହେରା ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଷ୍ଣୁ ପ୍ରସାଦ ଦାସ,ସତ୍ୟ ନାରାୟଣ ଦାସ ,ସ୍ବେଚ୍ଛାସେବୀ ଦୁର୍ଗା ପ୍ରସାଦ ପଣ୍ଡା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଶ୍ବ ବ୍ୟାପି କରୋନା ମହାମାରୀ ପ୍ରଭାବ ଥିଲା ବେଳେ ଏଭଳି ନିଆରା ରକ୍ତ ଦାନ ଶିବିର ଆୟୋଜିତ କରି ରକ୍ତ ଅଭାବ କୁ ଦୂରକରିବା ପ୍ରୟାସ କୁ ସାଧାରଣ ମହଲରେ ପ୍ରଶଂସା କରାଯାଇଛି । ଆଜିର ଶିବିରରେ ଲାଞ୍ଜିଆ ଗ୍ରାମର ନଅ ଜଣ ଯଥା ଦେବଦତ୍ତ ଗୌଡ଼, ଦୁର୍ଗା ପ୍ରସାଦ ପଣ୍ଡା, ବଳରାମ ଗୌଡ଼, ମିନକେତନ ଗୌଡ଼, ଅମୁଲ୍ୟ ଗୌଡ଼, ନରସିଂହ ଗୌଡ଼, ରାଜୀବ ଗୌଡ଼, କାଳୁ ଗୌଡ଼, ପ୍ରତାପ ଗୌଡ଼ ଓ ବ୍ରହ୍ମପୁର ର ତିନି ଜଣ ଗଣେଶ ପାଣିଗ୍ରାହୀ,ଆଶୀତ ସରିଫ,ଗଣେଶ ସେଠୀ, ପ୍ରମୁଖ ରକ୍ତ ଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here