ଗଞ୍ଜାମ ଜିଲ୍ଲାରେ କଟକଣା କୋହଳ ହେଲା

0
134

 

ଛତ୍ରପୁର, ୩୦/୦୬/୨୦୨୦( ବ୍ୟୁରୋ ରିପୋର୍ଟ) ଗଞ୍ଜାମ ଜିଲ୍ଲାରେ କୋହଳ ହେଲା କଟକଣା । ସକାଳ ୬ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ । ୪ଟା ପରଠାରୁ ସକାଳ ୬ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟ ଡାଉନ ନିୟମ ବଳବତ୍ତର ରହିବ । ରାସ୍ତା କଡରେ ଖାଦ୍ୟ ବିକିପାରିବେନି କେହି । ପୁର୍ବ ଭଳି ହୋଟେଲ ଢ଼ାବା ମାନେ ହୋମ ଡେଲିଭରି କରିବେ । ଜିଲ୍ଲା ବାହାରକୁ ପ୍ରାଇଭେଟ ଗାଡି ଚଳାଚଳ ନେଇ କଟକଣା ଜାରି କରାଯାଇଛି । ସ୍ଥାନୀୟ ଲୋକେ ଜରୁରୀ କାଳୀନ କାମରେ ଆଇ କାର୍ଡ କିମ୍ବା ସ୍ୱାସ୍ଥ୍ୟ ସେବା ନିମନ୍ତେ ଗାଡି ଚଳାଚଳ କରିପାରିବ । ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକ ସାଧାରଣ ପ୍ରବେଶ ପାଇଁ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଜନ ଗହଳି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୋକାନୀ ମାନେ ସମାଜିକ ଦୂରତ୍ୱକୁ ଆଖିରେ ରଖି ନିଜର ବ୍ୟବସାୟ କରିବେ ନଚେତ ଫାଇନ ସହ ସାତ ଦିନ ଯାଏ ଦୋକାନକୁ ସିଲ କରିଦିଆଯିବ । ଏଥି ସହିତ ଦ୍ୱିତୀୟ ଥର ପାଇଁ ଏଭଳି କଲେ ସମ୍ପୃକ୍ତ ଦୋକାନୀ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ଏକ ମାସ ପର୍ଯ୍ୟନ୍ତ ଦୋକାନକୁ ସିଲ କରିଦିଆଯିବ । ଆସନ୍ତା ୧ ତାରିଖ ଠାରୁ ବ୍ରହ୍ମପୁର ସହରରୁ ସଟଡାଉନ ନିୟମ ଉଠାଯିବ । ତେବେ ପୂର୍ବ ଗାଇଡ଼ଲାଇନ ଅନୁଯାୟୀ କଣ୍ଟେନମେଣ୍ଟ ଜୋନ ଗୁଡିକରେ ନିୟମ ବଳବତ୍ତର ରହିବ ।

LEAVE A REPLY

Please enter your comment!
Please enter your name here