ଭିଷ୍ମଗିରି ରେ ଆୟଜିତ ଭୋଜି ଓ ହୋଟେଲ୍ ଉପରେ ଅଚାନକ ଛାପାମାରିଲେ ସ୍ୱତନ୍ତ୍ର ସ୍କ୍ୱାଡ, ୩୦୦୦୦ ଜେରିମାନା ଆଦାୟ କରିଥିବା ସୁଚନା

0
130

 

ଦିଗପହଣ୍ଡି,୩୦/୦୬/୨୦୨୦:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କୋଟିନଡା ପଞ୍ଚାୟତ ଅନ୍ତର୍ଗତ ସିଦ୍ଧିଖଣ୍ଡି ଓ ଭୀଷ୍ମଗିରି ଗ୍ରାମରେ ମଙ୍ଗଳବାର ଦିନ ସରକାରଙ୍କ ଲକଡାଉନ ନିୟମକୁ ଅମାନ୍ୟ କରି ବିବାହ କାର୍ଯ୍ଯରେ ଭୋଜି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ସ୍ଥାନୀୟ ବ୍ଲକ ପ୍ରଶାସନ ପୃଥକ ସ୍ଥାନରେ ଅତର୍କିତ ଭାବେ ଚଢ଼ାଉ କରି ରନ୍ଧାଖାଦ୍ୟ ନିମନ୍ତେ ବ୍ୟବହୃତ ହଣ୍ଡାହାଣ୍ଡି ଜବତ କରିଥିବା ବେଳେ ରନ୍ଧାଖାଦ୍ୟ ଗୁଡ଼ିକ ନିକଟସ୍ଥ ସଙ୍ଗରୋଧ କେନ୍ଦ୍ରରେ ବଣ୍ଟନ କରାଯାଇଥିବା ଜଣାପଡିଛି । ଖବରନୁଯାୟୀ , ସମଗ୍ର ବିଶ୍ବ ଏବେ ମହାମାରୀ କରୋନାକୁ ନେଇ ଚିନ୍ତିତ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ଅଧିକାରୀମାନେ ଏଦିଗରେ ରାତିଦିନ ଏକ କରି ଲୋକମାନଙ୍କ ସୁରକ୍ଷା ଦେବାଲାଗି ବିଭିନ୍ନପ୍ରକାର ସଚେତନ କରାଉଛନ୍ତି । ବର୍ତମାନ ଗଞ୍ଜାମରେ କରୋନା ପଜିଟିଭ ସଂକ୍ରମଣ ସଂଖ୍ୟା ବୃଦ୍ଧି ଘଟୁଥିବାରୁ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ଯାହାଫଳରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରଶାସନ ସ୍ତରରେ ବିଡ଼ିଓ , ତହସିଲଦାର ଓ ଥାନା ଅଧିକାରୀ ସମେତ ସମସ୍ତ ସ୍ଥାନୀୟ ସରପଞ୍ଚମାନଙ୍କୁ କରୋନା ଠାରୁ ଜନସାଧାରଣଙ୍କୁ ଦୂରେଇ ରଖିବା ନିମନ୍ତେ କଟକଣା ନିୟମ ମାନି ଚଳିବା ଏବଂ ସରକାରଙ୍କ ପଦକ୍ଷେପକୁ ସହଯୋଗ କରିବା ସହ ସାମାଜିକ ଦୂରତ୍ବ ରକ୍ଷା କରିବା , ମାସ୍କ ପରିଧାନ କରିବା , ଆବଶ୍ୟକ ନଥିଲେ ଘରୁ ନ ବାହାରିବା , ଗ୍ରାମ ପୋଖରୀରେ ଗାଧୋଇବା ବାରଣ , ଆବଶ୍ୟକ ନଥିଲେ ଗ୍ରାମର ଜନସାଧାରଣ ମାନେ ଅଯଥାରେ ସହରାଞ୍ଚଳ ନ ଯିବା ଦିଗରେ ଅନୁରୋଧ କରିବା ପାଇଁ ପରାମର୍ଶ ଦେଇଛନ୍ତି । ରାଜ୍ୟ ତଥା ଜିଲ୍ଲାରେ ଲକଡାଉନ ଯୋଗୁଁ ଗୋଷ୍ଠୀ ସଂକ୍ରମଣ ନ ହେବାପାଇଁ ସମସ୍ତ ଭୋଜି କାର୍ଯ୍ୟ , ସଭା ସମିତି , ଯାନବାହାନ ଚଳାଚଳ ବନ୍ଦ ରଖିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏହି ଲକଡାଉନ୍ କଟକଣାକୁ ଖୋଲମଖୋଲା ଉଲଘଂନ କରୁଥିବା ଜଣାପଡିଛି । ମଙ୍ଗଳବାର ଦିନ କୋଟିନଡା ପଞ୍ଚାୟତର ସିଦ୍ଧିଖଣ୍ଡି ଗ୍ରାମର ବଡ଼ଦାଣ୍ଡ ବାସିନ୍ଦା ସ୍ବର୍ଗତ ଦେବ ରାଉତଙ୍କ ଦୁଇ ପୁଅ ରାମ ଓ କୃଷ୍ଣଙ୍କ ବାହାଘର କାର୍ଯ୍ୟକ୍ରମ ରହିଥିଲା । ଏନେଇ ଗ୍ରାମରେ ପରିବାର ପକ୍ଷରୁ ଗ୍ରାମରେ ୧ ହଜାର ଲୋକମାନଙ୍କ ପାଇଁ ଭୋଜିଭାତର ଆୟୋଜନ ମଧ୍ୟ କରାଯାଇଥିଲା ।

ରିପୋର୍ଟ: କ୍ରିଷ୍ଣା ରେଡ୍ଡି

LEAVE A REPLY

Please enter your comment!
Please enter your name here