ଶେରଗଡ ତହସିଲ କାର୍ଯ୍ଯାଳୟ ରେ ୭୪ ତମ ସ୍ୱାଧୀନତା ଦିବସ ପାଳନ

0
149

ଶେରଗଡ,୧୫/୦୮/୨୦୨୦(ହୃଷୀକେଶ ମହାନ୍ତି) ଭାରତ ର ୭୪ତମ ସ୍ୱାଧୀନତା ଦିବସ ପାଳନ ଅବସର ରେ ତହସିଲ କାର୍ଯ୍ଯାଳୟରେ ତହସିଲଦାର ଡକ୍ଟର ଦୟାସିଂଧୁ ପରିଡା ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରି ଉଦ୍ ବୋଧନ ଦେଇଥିଲେ ।ଉତ୍ସବ ରେ କାର୍ଯ୍ୟାଳୟ କର୍ମଚାରୀ, ଅତିରିକ୍ତ ତହସିଲଦାର ଓ ସମସ୍ତ ରାଜସ୍ୱ ନିରିକ୍ଷକ ଉପସ୍ଥିତ ଥିଲେ।ଶେରଗଡ ପୁଲିସ୍ ଥାନାରେ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ପତକା ଉତ୍ତୋଳନ କରିଛନ୍ତି ।ଏଥିରେ ଥାନାର ସମସ୍ତ ପୁଲିସ୍ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ । । ପାକିଡି ଉଚ୍ଚପ୍ରାଥମିକ ବିଦ୍ଯାଳୟ ରେ ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ରଥ ସ୍ୱାଧୀନତା ଦିବସ ପାଳନ ଅବସର ରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।ବିଦ୍ୟାଳୟ ର ସହକାରୀ ଶିକ୍ଷକ ଲଳିତ ମୋହନ ବେହେରା, ବିନୟ ମିଶ୍ର,ଅଜିତ ମହାନ୍ତି ଓ ଶିଶିର ପଟ୍ଟନାୟକ ଉତ୍ସବରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here