ମାଲ୍ୟାଙ୍କ ଋଣ ସୁଝିବାକୁ ବିକ୍ରି ହେବ ୟୁବିଏଚଏଲର ୧୧ ହଜାର କୋଟିର ସମ୍ପତ୍ତି : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

0
233

 

ନୂଆଦିଲ୍ଲୀ ୨୮/୧୦/୨୦୨୦(ବ୍ୟୁରୋ ରିପୋର୍ଟ)
ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ସୁପ୍ରିମ କୋର୍ଟରୁ ଏକ ବଡ ଝଟକା ଲାଗିଛି । ସର୍ବୋଚ୍ଚ ଅଦାଲତ ସୋମବାର ମାଲ୍ୟାଙ୍କ ୟୁନାଇଟେଡ୍ ବ୍ରିଓ୍ୱେରିଜ୍ ହୋଲ୍ଡିଂ ଲିମିଟେଡ୍ ଦ୍ୱାରା କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନକୁ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟରେ କିଙ୍ଗଫିସର ଏୟାରଲାଇନ୍ସ ବକେୟାକୁ ଭରଣ ପାଇଁ କମ୍ପାନୀକୁ ବନ୍ଦ କରିବା ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲେ ।କୋର୍ଟରେ ଶୁଣାଣି ବେଳେ ଜଷ୍ଟିସ୍ ୟୁୟୁ ଲଳିତଙ୍କ ଖଣ୍ଡପୀଠ କମ୍ପାନୀକୁ ଆଶ୍ୱସ୍ତି ପ୍ରଦାନ କରିବାକୁ ମନା କରିଦେଇଥିଲେ । ସେହିପରି ବରିଷ୍ଠ ଅଧିବକ୍ତା ମୁକୁଲ ରୋହତଗୀ ଏସବିଆଇ ପକ୍ଷରୁ କହିଥିଲେ ଯେ, ମାଲ୍ୟାଙ୍କଠାରୁ ୩୬୦୦ କୋଟିର ସମ୍ପତ୍ତି ଜବତ ହୋଇଛି । କିନ୍ତୁ ଏବେ ଆହୁରି ୧୧ ହଜାର କୋଟି ଟଙ୍କା ଭରଣା କରାଯିବ ।ରୋହତଗୀ ଦାବି କରିଛନ୍ତି ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କମ୍ପାନୀର ସମ୍ପତ୍ତି ବାବଦରେ ଘୋଷଣା କରିବା ଅନୁଚିତ । କାରଣ ଏବେ ଏସବୁ ବ୍ୟାଙ୍କର ସମ୍ପତ୍ତି । ଏହା ଉପରେ କେବଳ ବ୍ୟାଙ୍କର ହିଁ ଦାବି ରହିଛି ।
ସୂଚନାଯୋଗ୍ୟ, ଫେବ୍ରୁଆରୀ ୨୦୧୮ରେ କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୟୁବିଏଚଏଲର ବକେୟା ଅର୍ଥ ହେଉଛି ୭୦୦୦ କୋଟି ।

LEAVE A REPLY

Please enter your comment!
Please enter your name here