ଭାଲିଆଝର ଓ ଦେଉଳିଆପଡା ଠାରେ ମା ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ

0
140

ବ୍ରହ୍ମପୁର, ୩୦/୧୦/୨୦୨୦ ( ଟୁକୁନା ପ୍ରଧାନ) -: ମା ଗଜଲକ୍ଷ୍ମୀଙ୍କ ପୂଜା ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଭାଲିଆଝର ଓ ବେଗୁନିଆପଡା ନିକଟସ୍ଥ ଦେଉଳିଆପଡା ପୂଜା ମଣ୍ଡପରେ ଆରମ୍ଭ ହୋଇଯାଇଛି l ଭାଲିଆଝର ଠାରେ ମା’ଙ୍କ ପ୍ରତିମାକୁ ପୂର୍ବାହ୍ନରେ ପୂଜା କରାଯାଇଥିବା ବେଳେ କର୍ତ୍ତା ଭାବେ ରବୀନ୍ଦ୍ର ନାଥ ମହାରଣା ଓ ଛବିତା ମହାରଣା ପୂଜାକାର୍ଯ୍ୟ କରିଥିଲେ l ପୂଜାର୍ଚ୍ଚନା ପରେ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା l ଭାଲିଆଝର ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ସେହିପରି ଦେଉଳିଆପଡା ବସଷ୍ଟାଣ୍ଡଠାରେ ମା’ଙ୍କ ସ୍ଥାୟୀ ମଣ୍ଡପରେ ମଧ୍ୟ ପୂଜାର୍ଚ୍ଚନା କରାଯାଇଥିଲା l ସ୍ଥାନୀୟ ପୂଜା କମିଟି ପକ୍ଷରୁ ପୂଜା କାର୍ଯ୍ୟ ସମାପନ କରାଯିବା ସହ ପ୍ରସାଦ ବଣ୍ଟନ କରାଯାଇଥିଲା l କୋଭିଡ୍ ନିୟମକୁ ପାଳନ କରାଯାଇ ଏହି ପୂଜା ଅନୁଷ୍ଠିତ ହୋଇଯାଇଛି l

LEAVE A REPLY

Please enter your comment!
Please enter your name here