ପରିବା କିଆରୀରେ ସାର୍ପାଘାତରେ ବାସହୀନ କୃଷିଶ୍ରମିକର ମୃତ୍ୟୁ ।

0
154

ବ୍ରହ୍ମପୁର, ୧୦/୧୧/୨୦୨୦: ଏକ ଦୁଃଖଦ ଘଟଣା କ୍ରମରେ ଆଜି ଆଡପଡା ନିକଟ ମୋହିଗୁଡ଼ା ଗ୍ରାମରେ ନିଜ ପରିବା କିଆରୀରେ କାମ କରୁଥିବା ସମୟରେ ଆଜି ଜନୈକ ସନାତନ ଲେଙ୍କା , ୩୫ ବର୍ଷିୟ ବ୍ୟକ୍ତିଙ୍କ ବିଷଧର ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ଜଣା ଯାଇଅଛି । ସାନଖେମୁଣ୍ଡି ବ୍ଲକ୍ ଆଡପଡ଼ା ଗ୍ରାମ ପଞ୍ଚାୟତ ଓ ଫାଣ୍ଡି ଅଧୀନ ଫାଲୁ ଲେଙ୍କାଙ୍କ ପୁଅ ସନାକୁ ଆଜି ଅପରାହ୍ନ ସାଢେ଼ ପାଞ୍ଚଟା ବେଳେ ପାଖ ଜମିରେ କାମ କରୁଥିବା ସମ୍ପର୍କୀୟ ମାନେ ପଡିଥିବାର ଦେଖି ତାକୁ ଉଦ୍ଧାର କରି ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିବା ସହିତ ବିଷାକ୍ତ ସାପ କାମୁଡ଼ିଥିବା ସନ୍ଦେହ କରିଥିଲେ । ଖବର ପାଇ ଆଡପଡ଼ା ସରପଞ୍ଚ ମୃତକଙ୍କ ପରିବାର ସହ ମିଶି ସମବେଦନା ଜଣାଇବା ସହିତ ବାସହୀନ ନିଃସହାୟ ବର୍ଗର ପରିବାରକୁ ସରକାରୀ ଅନୁକମ୍ପା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ କରିଥିଲେ । ନିଃ ସହାୟ ବର୍ଗର ପରିବାରକୁ ସରକାରୀ ସାହାଯ୍ୟ ପାଇଁ ପରିବାର ପକ୍ଷରୁ ସରପଞ୍ଚଙ୍କ ଠାରେ ସ୍ଥାନୀୟ ଜନସାଧାରଣ ଦାବି ରଖିଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here