ସଙ୍ଗୀନ ସ୍ଥିତିରେ ମୈାଳାଭଣଜା ବାଲି ଶୈରାତ ନିଲାମି ପ୍ରକ୍ରିୟା । ବାରମ୍ବାର ଅଭିଯୋଗକ୍ରମେ ସରଜମୀନ ସ୍ଥିତି ପରଖିବା ସହ ପ୍ରତିକ୍ରିୟା ଲିପିବଦ୍ଧ କଲେ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ।

0
161

 

ବ୍ରହ୍ମପୁର, ୧୦/୧୧/୨୦୨୦ :
ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ଜାତୀୟ ରାଜପଥ ୩୨୬ର ମୌଲାଭଣଜା ପୋଲ ସଂଲଗ୍ନ ଉପର ମୁଣ୍ଡରେ ରାଜସ୍ୱ ବିଭାଗ ପକ୍ଷରୁ ଘୋଡାହାଡ଼ ନଦୀର ଏକ ବାଲିଘାଟ ନୀଲାମିକୁ ନେଇ ସମ୍ପ୍ରତି ଜନସାଧାରଣ ଓ ପ୍ରଶାସନର ମୁହାଁମୁହିଁ ସ୍ଥିତି ସୃଷ୍ଟି ହେବା ଲକ୍ଷ୍ୟ କରାଯାଇଅଛି । ବିଗତ ଦିନରେ ବିନା ନିଲାମିରେ ମାଫିଆଙ୍କ ଦ୍ଵାରା ଅବୈଧ ବାଲି ଉଠାଣକୁ ନେଇ ବହୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଏବଂ ଏଥିନେଇ ଥାନା , କୋର୍ଟ ଏବଂ ରାଜସ୍ବ ବିଭାଗ ନିକଟରେ ବହୁ ମାମଲା ଓ ଅଭିଯୋଗ ରହିଅଛି । ପରନ୍ତୁ ଜିଲ୍ଲା ପ୍ରଶାସନ ଦ୍ବାରା ମାତ୍ର ତିନି ଲକ୍ଷରୁ କିଛି ଅଧିକ ଟଙ୍କା ବାର୍ଷିକ ରାଜସ୍ବ ଆଦାୟ ଲକ୍ଷ୍ୟରେ ଅଞ୍ଚଳ ତଥା ରାଜ୍ୟର ପ୍ରଗତିକୁ ଅଣଦେଖା କରୁଥିବା ନେଇ ଅଞ୍ଚଳ ଅଧିବାସୀଙ୍କ ସହ ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଅଛି । ଏଥିନେଇ ବିଭିନ୍ନ ସମୟରେ ସ୍ଥାନୀୟ ଜନ ସାଧାରଣ , ଅଞ୍ଚଳ ଚାଷୀ ସମାଜ , ପରିବେଶବିତଙ୍କ ସହିତ ପଞ୍ଚାୟତ ସାଧାରଣ ଅଧିବେଶନରେ ଦୃଢ଼ ବିରୋଧ କରି ସଂପୃକ୍ତ ସ୍ପର୍ଶକାତର ବାଲି ସଈରାତକୁ ନିଲାମ ନ କରି ରଖିବାକୁ ଅନୁରୋଧ କରାଯାଇଥିଲେ ମଧ୍ୟ ପ୍ରଶାସନ ଏଥିନେଇ କୌଣସି ପଦକ୍ଷେପ ଗ୍ରହଣ ନ କରି ୨୦୧୫ -୧୬ ରୁ ୨୦୧୯ -୨୦ ବର୍ଷପାଇଁ ଥିବା ନିଲାମ ଧାରୀଙ୍କୁ ପୁନଃ ଅଧିକାର ଦେବା ନିଷ୍ପତିକୁ ଆଜି ବ୍ରହ୍ମପୁର ଉପଜିଲାପାଳଙ୍କ ଦ୍ଵାରା ପ୍ରେରିତ ତଦନ୍ତ ଅଧିକାରୀଙ୍କ ନିକଟରେ ଦୃଢ଼ ବିରୋଧ କରିଛନ୍ତି ।

ମିଳିଥିବା ସୂଚନା ପ୍ରକାରେ ମୌଳାଭଞ୍ଜା ମୌଜା ପ୍ଲଟ ନଂ ୪୧୫୬ ରେ ଥିବା ବାଲି ସଇରାତ ରାଜସ୍ବ ଆର୍ଥିକ ବର୍ଷ ୨୦୧୫ -୧୬ ରେ ତତ୍କାଳୀନ ରାଜସ୍ବ ଅଧିକାରୀଙ୍କ ଭୁଲ୍ ବିବରଣୀ ଯୋଗୁଁ ନିଲାମି ପ୍ରକ୍ରିୟାକୁ ଆସିଥିଲା । ପରନ୍ତୁ ସ୍ଥିତାବସ୍ଥା ଅନୁଧ୍ୟାନ ପରେ ଉଚ୍ଚସ୍ତରୀୟ ରାଜସ୍ବ କମିଟି ଦ୍ଵାରା ଧାର୍ଯ୍ୟ ରିପୋର୍ଟ ପ୍ରକାରେ ଏହାକୁ ନିଲାମିରୁ ବାତିଲ କରାଯାଇଥିଲା ।ନିଲାମ ବାତିଲ କରାଯାଇଥିବା କାରଣ ଭିତ୍ତିରେ ଅଧିକାରୀଙ୍କ ଦ୍ବାରା ପ୍ରଦତ୍ତ ବିବରଣୀକୁ ଭୁଲ୍ ଦର୍ଶାଯାଇଥିଲା । ସଇରାତର ପାରିପାର୍ଶିକ ସ୍ଥିତିରେ ଥିବା ଏନ୍ ଏଚ ୩୨୬ ଅଧୀନ ମୈାଳାଭଞ୍ଜାର ଘୋଡ଼ାହାଡ ନଦୀର ଯାତାୟାତ ପୋଲର ସୁରକ୍ଷା , ପୋଲର ଉଭୟ ପାର୍ଶ୍ଵରେ ଥିବା ଏକ କିମି ବ୍ୟାପୀ କଂକ୍ରିଟ ସୁରକ୍ଷା ବନ୍ଧ ସହ ପଥର ଆଡି ବନ୍ଧର ସୁରକ୍ଷା , ପୋଲର ଉପର ଓ ତଳ ମୁଣ୍ଡର ପାଞ୍ଚଶହ ମିଟର ପରିଧିରେ ଦିଗପହଣ୍ଡି ଏନ୍ ଏ ସି ଏବଂ ପଦ୍ମନାଭପୁର ପଞ୍ଚାୟତର ଭୂତଳ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅନ୍ୟ ପକ୍ଷରେ ତଳମୁଣ୍ଡରେ ଥିବା ପୋଡ଼ାମାରୀ , ଛଣମେରୀ ଓ ଡେଙ୍ଗାଉସ୍ତ ପାନୀୟ ଜଳଯୋଗାଣ ପ୍ରକଳ୍ପର ସ୍ଥିତାବସ୍ଥା ନେଇ ମଧ୍ୟ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଥିଲା ।

ଲିଜ ବାତିଲ ପରେମଧ୍ୟ ସଂପୃକ୍ତ ଲିଜ ଧାରୀଙ୍କ ଦ୍ଵାରା ଅବୈଧ ବାଲି ଉଠାଣକୁ ନେଇ ବିଭାଗ ଓ ନିଲାମ ଧାରୀ ଗୋଷ୍ଠୀଙ୍କ ଛକାପଞ୍ଝା ଏବଂ ସ୍ଥାନୀୟ ଲୋକଙ୍କ ଦୃଢ଼ବିରୋଧ ସତ୍ତ୍ଵେ ଲଗାତାର ଭାବେ ତିନି ବର୍ଷଧରି ବାଲି ଚୋରା ଚାଲାଣ ଜନିତ ବିରୋଧରୁ ସ୍ଥାନୀୟ ବାସିନ୍ଦା ଓ ନିଲାମଧାରିଙ୍କ ମଧ୍ୟରେ ବହୁବାର ଗଣ୍ଡଗୋଳ ହେବା ସହିତ ଅପହରଣ , ଆକ୍ରମଣ , ହତ୍ୟା ଉଦ୍ୟମ ଭଳି ବହୁ ମାମଲା ସମ୍ପ୍ରତି ବିଚାରାଧୀନ ରହିଅଛି । ଏହି ସ୍ଥିତିରେ ସ୍ଥାନୀୟ ଅଧିବାସୀ , ରାଜନେତା , ବୁଦ୍ଧିଜୀବି ଓ ଚାଷୀ ସମାଜ ଏହି ସଇରାତରୁ ବାଲି ଉଠାଣକୁ ବିରୋଧ କରୁଥିବା ସହିତ ନିଲାମିି ନ କରିବାକୁ ଅଭିଯୋଗ କରୁଥିବା ଜଣାଯାଇଅଛି । ଆଜି ଏଥିସମନ୍ଧୀୟ ସ୍ଥିତି ଅନୁଧ୍ୟାନ କରିବା ନିମିତ୍ତ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳଙ୍କ ମୈାଳାଭଞ୍ଜା ପରିଦର୍ଶନ କରିବାର ଥିବା ଅବସରରେ ସରପଞ୍ଚ ପ୍ରତିନିଧି ସୂର୍ଯ୍ୟନାରାୟଣ ଦଳବେହେରା ଓ ସମାଜସେବୀ ଅଶ୍ଵିନୀ ରଥଙ୍କ ନେତୃତ୍ବରେ ବହୁ ଜନସମାଗମ ହୋଇ ଅଧିକାରୀଙ୍କୁ ଅବଗତ କରାଇ ଦୁଃଖ ଜଣାଇବାକୁ ଏକାଠି ହୋଇଥିଲେ ମଧ୍ୟ ପରିଶେଷରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ଶ୍ରୀ ଅଶୋକ କୁମାର ପଟ୍ଟନାୟକ ଘଟଣାସ୍ଥଳରେ ପହଂଚି ସ୍ତିତିସମିକ୍ଷା କରିଛନ୍ତି । ବିନା ରାଜସ୍ବ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥିତି ଅନୁଧ୍ୟାନ କରି ସାଧାରଣ ଚାଷୀ , ପଞ୍ଚାୟତ ପ୍ରତିନିଧିଙ୍କ ସହିତ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରି ଉପଜିଲ୍ଲାପାଳଙ୍କୁ ସଠିକ ରିପୋର୍ଟ ପ୍ରଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here