ଚିକିଟି କଲେଜର ନୂତନ ଅଧ୍ୟକ୍ଷ ନିଯୁକ୍ତି

0
153

ଚିକିଟି,୦୩/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ଚିକିଟି ମହାବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡ଼ଃ ପ୍ରଶାନ୍ତ କୁମାର ପାଣିଗ୍ରାହୀ ମହାବିଦ୍ୟାଳୟ ର ନୂତନ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।ରାଜ୍ୟ ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗର ଚିଠି ନଂ୩୯୪୯୪ ତା ୦୨.୧୨.୨୦ରିଖ ଆଦେଶ ପତ୍ର ଅନୁସାରେ ଡିସେମ୍ବର ପହିଲାରୁ ପ୍ରାତ୍କନ ଅଧ୍ୟକ୍ଷ ଡ଼ଃ ବିଚିତ୍ର ପଟ୍ଟନାୟକ ଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।ସେ ଦୀର୍ଘ ପଞ୍ଚତିରିଶ ରୁ ଉର୍ଦ୍ଧ୍ବ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ର ଅଧ୍ୟାପକ ଓ ପରବର୍ତ୍ତୀ ସମୟରେ ପ୍ରାଧ୍ୟାପକ ଭାବେ ଶିକ୍ଷାଦାନ କରି ଆସୁଛନ୍ତି ।ଜଣେ ମେଳାପୀ, ଛାତ୍ର ବସ୍ଛଳ ,ମିଷ୍ଟଭାଷୀ, କର୍ମଠ, କାର୍ତ୍ତବ୍ୟନିଷ୍ଠ , ଶୃଙ୍ଖଳିତ ,ଓଡ଼ିଆ ଉପନ୍ୟାସ ସାହିତ୍ୟର ବିଶିଷ୍ଟ ଗବେଷକ ଓ ବରିଷ୍ଠ ପ୍ରାଧ୍ୟାପକ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ମହାବିଦ୍ୟାଳୟରେ ଛାତ୍ର ଶୃଙ୍ଖଳା,ଶୈକ୍ଷିକ ବାତାବରଣ,ଶିକ୍ଷାଦାନ ପ୍ରଣାଳୀ କୁ ଅଧିକ ପ୍ରଭାବଶାଳୀ କରାଇବା ଓ ମହାବିଦ୍ୟାଳୟ ଭିତ୍ତିଭୂମିର ବିକାଶ ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି ।ଚିକିଟି ମହାବିଦ୍ୟାଳୟ ର ଗୌରବୋଜ୍ବଳ ପରମ୍ପରା,ଓ ସୁନାମ କୁ ବଜାୟ ରଖିବା ସହ ଦକ୍ଷିଣ ଓଡ଼ିଶାର ଏକ ଅନନ୍ୟ ଶିକ୍ଷାଅନୁଷ୍ଠାନ ରୂପେ ଗଢି ତୋଳିବା ପାଇଁ ଦୃଢ ପ୍ରତିଶ୍ରୁତିବଦ୍ଧ ବୋଲି ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ପାଣିଗ୍ରାହୀ ଏକ ସୂଚନା ମାଧ୍ୟମରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here