ବିଜେଡି ରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କଳା ସାମ୍ରାଜ୍ଯ ରେ ସଂପର୍କ ଥିବା ନିର୍ବାହୀ ଯନ୍ତ୍ରୀ ସୀତାରାମ ପଣ୍ଡାଙ୍କ ଦୂର୍ନୀତି ଭିଜିଲାନ୍ସ ବିଭାଗ S.I.T ଙ୍କ ତଦନ୍ତ ପରିସର ଭୁକ୍ତ ହେଉ

0
153

ବ୍ରହ୍ମପୁର,୦୩/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ବର୍ତ୍ତମାନ ବିଜେଡି ରୁ ବହିଷ୍କୃତ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ କଳା କାରନାମା ଧୀରେ ଧୀରେ ଲୋକଲୋଚନକୁ ଆସିବାରେ ଲାଗିଛି। ସେ ବିଧାୟକ ଏବଂ ଉଚ୍ଚ ଶିକ୍ଷା ସହ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ମନ୍ତ୍ରୀ ଥିବା ଠାରୁ ଆଜି ପର୍ଯ୍ୟନ୍ତ ଯେଉଁ ପ୍ରକାର କଳା ସାମ୍ରାଜ୍ଯ ରେ ଜଡିତ ଥିଲେ, ସେ ଏଠାରେ ତାଙ୍କର କିଛି ଅତ୍ଯନ୍ତ ଖାସ୍ ଯନ୍ତ୍ରୀ ଙ୍କ ଘନିଷ୍ଠତା ରହିଥିଲା, ଯେଉଁ ମାନେ କି ପ୍ରଦୀପ ପାଣିଗ୍ରାହୀଙ୍କ କଳା ସାମ୍ରାଜ୍ଯ ର ଉତ୍ସ ଥିଲେ। ସେମାନଙ୍କ ମଧ୍ଯରେ ନିର୍ବାହୀ ଯନ୍ତ୍ରୀ ସୀତାରାମ ପଣ୍ଡା ଅନ୍ୟତମ। ନିର୍ବାହୀ ଯନ୍ତ୍ରୀ ସୀତାରାମ ପଣ୍ଡା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆଶୀର୍ବାଦ ରୁ ଏବଂ ତାଙ୍କର ଛତ୍ରଛାୟା ତଳେ ରହି ଦୀର୍ଘ ୧୫ ବର୍ଷ ହେଲା ବ୍ରହ୍ମପୁର ରେ କାର୍ଯ୍ୟରତ ହେବା ସହ ବହୁ ଦୁର୍ନୀତି ରେ ଜଡିତ ହୋଇଛନ୍ତି।ସୀତାରାମ ପଣ୍ଡା ନିର୍ବାହୀ ଯନ୍ତ୍ରୀ ଭାବେ ବିଡିଏ ରେ ୨୦୦୬ ରୁ ୨୦୦୮,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ରେ ୨୦୦୮ ରୁ ୨୦୧୫ ଏବଂ ଜନସ୍ୱାସ୍ଥ୍ୟ ଡିଭିଜନ ରେ ୨୦୧୫ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୫ ବର୍ଷ ହେଲା ବ୍ରହ୍ମପୁର ରେ କାର୍ଯ୍ୟରତ ଅଛନ୍ତି। ବିଜେଡି ରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଉଚ୍ଚ ଶିକ୍ଷା ବିଭାଗ ସହ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ର ମନ୍ତ୍ରୀ ଭାବେ ଦାୟିତ୍ୱ ନେଲା ପରେ ନିର୍ବାହୀ ଯନ୍ତ୍ରୀ ସୀତାରାମ ପଣ୍ଡା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଡିଭିଜନ ରେ ବହୁ ଦୂର୍ନୀତି ରେ ଜଡିତ ଥିଲେ। ODRP କାର୍ଯ୍ୟ ଠାରୁ ଆରମ୍ଭ କରି ପାଇଖାନା କାର୍ଯ୍ୟ ସମସ୍ତ କାର୍ଯ୍ୟ ରେ ଦୂର୍ନୀତି ର ଗନ୍ଧ ହୋଇଥିଲା। ଯାହାକି ଭିଜିଲାନ୍ସ ରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ସୀତାରାମ ପଣ୍ଡା ସେତେବେଳେ ର ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ଆଶୀର୍ବାଦ ରୁ ଭିଜିଲାନ୍ସ ତଦନ୍ତ କାରୀ ଅଧିକାରୀ ଡିଏସପି ବି.ଡି.ନାୟକ ଙ୍କୁ ସଲାସୁତୁରା କରିବାରେ ସକ୍ଷମ ହୋଇଥିଲେ। ଏଣୁ ବର୍ତ୍ତମାନ ଉକ୍ତ ମାମଲା କୁ ଭିଜିଲାନ୍ସ ବିଭାଗ ଦ୍ବାରା ଗଠିତ ସ୍ବତନ୍ତ୍ର ତଦନ୍ତ ଟିମ(S.I.T) ଦ୍ବାରା ତଦନ୍ତ ପରିସର ଭୁକ୍ତ କରିଲେ ବହୁ ଗୁମର ଖୋଲିବ।

LEAVE A REPLY

Please enter your comment!
Please enter your name here