ଗଜପତି: ଗଜପତି ରାୟଗଡ଼ ଥାନା ଅଞ୍ଚଳରେ ଟ୍ରାକ୍ଟର ୟୁନିଅନ ବିରୋଧରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଟ୍ରାକ୍‌ଟର ୟୁନିୟନର ବାଇକ ଶୋଭାଯାତ୍ରା

0
169

ଗଜପତି,୦୩/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ଗଜପତି ରାୟଗଡ଼ ଥାନା ଅଞ୍ଚଳରେ ଟ୍ରାକ୍ଟର ୟୁନିଅନ ବିରୋଧରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ। ପ୍ରତିବାଦରେ ଟ୍ରାକ୍‌ଟର ୟୁନିୟନର ବାଇକ ଶୋଭାଯାତ୍ରା ଓ ତହସିଲ, ବିଡିଓ କାର୍ଯ୍ୟାଳୟ ଏବଂ ଥାନା ଘେରାଉ କରାଯାଇଛି । ଥାନା ଆଗରେ ଚାପା ଉତ୍ତେଜନା ମଧ୍ୟ ଲାଗି ରହିଛି । ଏଭଳି ଦୃଶ୍ୟ ଗଜପତି ଜିଲ୍ଲା ରାୟଗଡ଼ରେ ଦେଖିବାକୁ ମିଳିଛି। ଥାନା ଅଧିକାରୀ ଲାଞ୍ଚ ନେଉଥିବା ନେଇ ଖୋଲାଖୋଲି ଟ୍ରାକ୍ଚର ୟୁନିଅନ ଅଭିଯୋଗ ଆଣିଛି। ଗତ କିଛି ଦିନ ଧରି ରାୟଗଡ ପୋଲିସ ବେଆଇନ ବାଲିଚାଲାଣ ଅଭିଯୋଗରେ ପାଖାପାଖି ୧୦ଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ଟ୍ରାକ୍ଟର ଚାଳକଙ୍କୁ କୋର୍ଟ ଚାଲାଣ କରିଥିଲା ।

LEAVE A REPLY

Please enter your comment!
Please enter your name here