୨ ଦିନିଆ ଓଡିଶା ଗସ୍ତରେ ଆସିବେ କଂଗ୍ରେସ ପ୍ରଭାରୀ, ନୟାଗଡ଼ ଯାଇ ମୃତ ପରୀର ପରିବାରକୁ ଭେଟିବେ ଡ. ଏ.ଚେଲ୍ଲା କୁମାର

0
139

ଭୂବନେଶ୍ୱର,୦୩/୧୨/୨୦୨୦(ବ୍ୟୁରୋ ରିପୋର୍ଟ)କଂଗ୍ରେସ ସାଂସଦ ତଥା ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଏ.ଚେଲ୍ଲା କୁମାର ୨ଦିନିଆ ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି । ଆସନ୍ତା ୪ ତାରିଖ ଦିନ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଦିନ ୧୧ଟାରେ କଂଗ୍ରେସ ଭବନରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପୁଣି ସେହିଦିନ ଦିନ ବୈଠକ ପରେ ଅପରାହ୍ନ ୪ ଘଟିକା ସମୟରେ କଂଗ୍ରେସର ସାଂଗଠନିକ ସ୍ଥିତି ନେଇ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ। କଂଗ୍ରେସ ପ୍ରଭାରୀଙ୍କ ଗସ୍ତସୂଚୀରେ ମାନେ ଆସନ୍ତା ୫ ତାରିଖ ଦିନ ନୟାଗଡ଼ ଗ୍ରସ୍ତ କରି ମୃତ ପରୀର ପରିବାର ଲୋକଙ୍କ ଭେଟିବେ । ସେହିଦିନ ନୟାଗଡ଼ରୁ ଭୁବନେଶ୍ୱର ଫେରି ଦିବା ୩ ଘଟିକା ସମୟରେ ଦଳର ଆଗାମୀ ରଣନୀତି ନେଇ କଂଗ୍ରେସ ଭବନରେ ଅନୁଷ୍ଠିତ ହେବାକୁ ଥିବା ପିସିସି ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତି ମାନଙ୍କ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ସୂଚନା ଦେଇଛନ୍ତି।
ତେବେ ଦେଖିବାକୁ ଗଲେ ନୟାଗଡ଼ର ଶିଶୁ ପରୀର ମୃତ୍ୟୁକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି । କଂଗ୍ରେସ ଦଳର ବିଧାୟକ ଓ ନେତାମାନେ ଏହି ପ୍ରସଙ୍ଗଙ୍କୁ ବିଧାନସଭାରେ ଜୋରଦାର ଉପସ୍ଥାପନ କରିଥିଲେ । କିନ୍ତୁ ଗତ ବିଧାନସଭାର ଶୀତ ଅଧିବେଶନରେ ପରୀ ପ୍ରସଙ୍ଗରେ ପରୀ ପ୍ରସଙ୍ଗକୁ ନେଇ କଂଗ୍ରେସ ଦଳ ମଧ୍ୟରେ ମତପାର୍ଥକ୍ୟ ମଧ୍ୟ ଦେଖାଦେଇଥିଲା । ଯାହାକି ଏକ ଚର୍ଚ୍ଚାର ବିଷୟ ପାଲିଥିଲା । ତେବେ ଆଗାମୀରେ ପ୍ରଭାରୀଙ୍କ ଗସ୍ତ ଦଳକୁ କେତେ ଶୃଙ୍ଖଳିତ କରିପାରିବେ। ତାହା ଦେଖିବାକୁ ରହିଲା।

LEAVE A REPLY

Please enter your comment!
Please enter your name here