ନକଲିମଦ ଜବତ ୨ ଗିରଫ

0
150

 

ଦିଗପହଣ୍ଡି,୦୪/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ଦିଗପହଣ୍ଡି ଥାନା ଅଞ୍ଚଳରେ ସ୍ଥାନୀୟ ପୋଲିସ ବାରମ୍ବାର ବେଆଇନ ଭାବେ ମଦ ଚୋରାଚାଲାଣ କରୁଥିବା ଲୋକଙ୍କ ଉପରେ ଚଢ଼ାଉ କରୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମଦ ମାଫିଆମାନେ ପୋଲିସକୁ ବେଖାତିର କରି ମଦ ବେଧଡକ ଭାବେ ମଦ ବେପାର କରି ଚାଲିଛନ୍ତି । ଏହି ଅବସରରେ ଗୁରୁବାର ଦିନ ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଓ ବୋରିପଦର ଗ୍ରାମରେ ସ୍ଥାନୀୟ ପୋଲିସ ଥାନା ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ଉଭୟଙ୍କ ନିକଟରୁ ୨୪ ଲିଟରୁ ଉର୍ଦ୍ଧ୍ବ ଦେଶୀ ଓ ବିଦେଶୀମଦ ଜବତ କରିଥିବା ବେଳେ ୨ ଜଣକୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଦୁଇ ଯୁବକ ହେଲେ ନିମଖଣ୍ଡିପେଣ୍ଠର ଏମ୍ . ଚନ୍ଦନ ପାତ୍ର ଓ ବୋରିପଦର ଗ୍ରାମର ଉପେନ୍ଦ୍ର ସାହୁ ବୋଲି ସୂଚନା ମିଳିପାରିଛି । ତେବେ ପୋଲିସ ନିମଖଣ୍ଡିପେଣ୍ଠ ଗ୍ରାମର ଚନ୍ଦନଙ୍କ ଠାରୁ ୧୧. ୫୫୦ ଲିଟର ବିଦେଶୀମଦ ଓ ବୋରିପଦର ଗ୍ରାମର ଉପେନ୍ଦ୍ର ସାହୁଙ୍କ ଠାରୁ ୧୨. ୮୦୦ ଲିଟର ଦେଶୀମଦ ଜବତ କରି ପୃଥକ ମାମଲା ନଂ ୨୯୧/୨୯୨ – ୨୦ ଅନୁସାରେ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନାଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here