ବାଲ୍ୟ ବିବାହର ସୂଚନା ପ୍ରଦାନ କଲେ ପାଞ୍ଚ ହଜାର ଅର୍ଥରାଶି ଘୋଷଣା କଲେ ଜିଲ୍ଲାପାଳ, ଜିଲ୍ଲାରେ ମଡେଲ୍ ଅଙ୍ଗନଓ୍ବାଡି କେନ୍ଦ୍ର କରାଯିବ

0
156

ଛତ୍ରପୁର,୦୪/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ସମନ୍ବୀତ ଶିଶୁ ବିକାଶ ଯୋଜନା ସମ୍ପର୍କିତ ଜିଲ୍ଲା ସ୍ତରୀୟ ବୈଠକ ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅଙ୍ଗନଓ୍ବାଡି କେନ୍ଦ୍ର, ଶୁଖିଲା ଖାଦ୍ୟର ଆବଣ୍ଟନ, ଅଣ୍ଡା ବଣ୍ଟନ, ମୋ ଗେହ୍ଳାଝିଅ, ପୁଷ୍ଟିକର ଖାଦ୍ୟ, ମିଶନ୍ ଶକ୍ତି ଇତ୍ୟାଦି ସମ୍ପର୍କରେ ଆଲୋଚନା ହୋଇଯାଇଛି ।
ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକ ସଫେଇ ସହ ଏହାର ପରିବେଶ ସୌନ୍ଦର୍ଯ୍ୟକରଣ ଓ ସବୁଜମୟ କରିବା ନେଇ ବୃକ୍ଷ ରୋପଣ ଦିଗରେ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଅବଗତ କରାଇଥିଲେ । ଅଙ୍ଗନଓ୍ବାଡି କେନ୍ଦ୍ର ପରିସରରେ ସ୍ଥାନ ଥିଲେ ନରେଗାରେ ମୋ କାରୀ ଫସଲ ଜାତୀୟ ବୃକ୍ଷ ରୋପଣ କରି କିଚେନ ଗାର୍ଡନ ନିମନ୍ତେ ପ୍ରୟାସ କରିବାକୁ କୁହାଯାଇଛି । କୋଠାବାଡିର ରଙ୍ଗ ଖରାପ ଥିଲେ ରଙ୍ଗ ଦେବାକୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକରେ ଗ୍ୟାସ୍ ଚୂଲା ଦ୍ବାରା ରୋଷେଇ କରି କେନ୍ଦ୍ରଟିରେ ଧୂଆଁମୁକ୍ତ କରାନ୍ତୁ । ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସୁଥିବା ଶିଶୁ ମାନଙ୍କୁ ହାତ ଧୋଇବା ଓ ଶୌଚାଳୟ ବ୍ୟବହାର କରିବା ସକାଶେ ଅଭ୍ୟାସ କରାନ୍ତୁ । ଏହି ଅଭ୍ୟାସ ହେଲେ ସେମାନେ ନିଜ ଘରେ ଶୌଚାଛୟ ବ୍ୟବହାର କରିବାକୁ ନିଜ ଅଭିଭାବକଙ୍କୁ ଜଣାଇବେ ।ଏହି ଅଭ୍ୟାସ ଦ୍ବାରା ପରିମଳ ବ୍ୟବସ୍ଥାରେ ସୁଧାର ଆସିବ । ମିଶନ୍ ଶକ୍ତି ଗୃହ ଓ ଅଙ୍ଗନଓ୍ବାଡି କେନ୍ଦ୍ର ୨୨ ଟି ବ୍ଳକ୍ ରେ ନିର୍ମାଣ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ତାହାର ସ୍ଥିତି ସମ୍ପର୍କରେ ବିଡିଓ ମାନଙ୍କ ଠାରୁ ଚିଠା ମାଧ୍ୟମରେ ତଥ୍ୟ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସିଡିପିଓ ମାନେ ଅଙ୍ଗନଓ୍ବାଡି କମିଟି ଦ୍ବାରା ବାଲ୍ୟ ବିବାହ ରୋକିବା ନେଇ ନଜର ରଖନ୍ତୁ । ବାଲ୍ୟ ବିବାହ ହେଉଥିବା ନଜରକୁ ଆସେ ତେବେ ଅଙ୍ଗଓ୍ବାଡି କର୍ମୀ ଓ ସିଡିପିଓ ମାନଙ୍କୁ ଦାୟୀ କରାଯିବ । ବିବାହ ହେଉଥିବା ପୁଅ ଝିଅଙ୍କ ଆଧାର କାର୍ଡ ଯାଂଚ୍ କରି ସେମାନଙ୍କ ସମ୍ପର୍କରେ ତଥ୍ୟ ଓ ବୟସ ପଞ୍ଜିକରଣ କରାନ୍ତୁ . । ବାଲ୍ୟ ବିବାହ ସମ୍ପର୍କିତ ପ୍ରାଥମିକ ସୂଚନା ପ୍ରଦାନ କଲେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ନାମ ଗୋପନ ରଖାଯାଇ ତାଙ୍କୁ ୫୦୦୦ ଟଙ୍କାର ଆର୍ଥିକ ପୁରସ୍ବାର ଦିଆଯିବା ନେଇ ଜିଲ୍ଲାପାଳ ଘୋଷଣା କରିଥିଲେ । ଅଙ୍ଗନଓ୍ବାଡି କର୍ମୀ ଏ ସମ୍ପର୍କରେ ପ୍ରାଥମିକ ସୂଚନା ଦେଲେ ସେମାନଙ୍କୁ ମଧ୍ୟ ୫୦୦୦ ଟଙ୍କାର ଆର୍ଥିକ ପୁରସ୍କାର ଦିଆଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ । ଯେଉଁ ପରିବାରରେ ଝିଅ ଜନ୍ମ ନିଏ ସେମାନଙ୍କ ପିତାମାତା ଓ ପରିବାର ବର୍ଗଙ୍କୁ ଉତ୍ସାହିତ କରି କନ୍ୟାରତ୍ନ ବିଷୟରେ ବୁଝାନ୍ତୁ । ଏହା ଦ୍ବାରା ସେମାନେ କନ୍ୟା ର ଜନ୍ମ ଓ ଲାଳନ ପାଳନ ଦିଗରେ ଆଗ୍ରହ ପ୍ରକାଶ କରି କନ୍ୟା ସନ୍ତାନ ଜନ୍ମ ହେତୁ ଖୁସି ହେବେ ଓ ତାର ଉତ୍ତମ ଲାଳନ ପାଳନ କରିବେ । ନିର୍ଭୟ କଢି ଯୋଜନା ସକାଶେ ସଚେତନତା କାର୍ଯ୍ୟ ବ୍ୟାପକ କରାନ୍ତୁ । ଜିଲ୍ଲାରେ ଅପପୁଷ୍ଟିରେ ଥିବା ଶିଶୁ ମାନଙ୍କ ସ୍ଥିତି ଏକ ତିନି ଜଣିଆ କମିଟି ଗଠନ କରାଯାଇ ଯାଂଚ୍ କରାଯାଉ । ଡାକ୍ତର, ନ୍ୟୁଟ୍ରିସନ୍ ଓ ସିଡିପିଓ ଙ୍କ ଦ୍ବାରା ଜିଲ୍ଲା ସ୍ତରୀୟ ଟିମ୍ ଗଠନ କରି ଏହି ପ୍ରକ୍ରିୟାର ତଦାରଖ କରି ଅପପୁଷ୍ଟିର ଶିକାର ହୋଇଥିବା ଶିଶୁଙ୍କୁ କିଭଳି ପୁଷ୍ଟିକର କରାଯିବ ସେ ଘେନି କାର୍ଯ୍ୟପନ୍ଥା ସ୍ଥିର କରାଯାଉ । ଅଙ୍ଗନଓ୍ବାଡି କର୍ମୀଗଣ ଗର୍ଭବତୀ ମା ମାନଙ୍କ ସହିତ ଉତ୍ତମ ସମ୍ପର୍କ ରଖନ୍ତୁ । ସେମାନଙ୍କୁ କନ୍ୟାଭୃଣ ହତ୍ୟା ନକରି କନ୍ୟା ରତ୍ନର ମହତ୍ବ ସମ୍ପର୍କରେ ସଚେତନ କରାନ୍ତୁ । ଜିଲ୍ଲାରେ ଗୋଟିଏ ସ୍ମାର୍ଟ ଅଙ୍ଗନଓ୍ବାଡି କେନ୍ଦ୍ର କରାଯାଉ । ଉକ୍ତ ସ୍ମାର୍ଟ ଅଙ୍ଗନଓ୍ବାଡି କେନ୍ଦ୍ରର କାନ୍ଥରେ ଶିକ୍ଷଣୀୟ ବିଷୟ ଥାଇ ପିଲାଙ୍କୁ ଆକୃଷ୍ଟ କଲାଭଳି ରଙ୍ଗ ବେରଙ୍ଗର ଚିତ୍ର ଅଙ୍କନ କରାଯାଉ । ଟିଭି, ଛୋଟ ଗୋଲେଇ ଟେବୁଲ ଇତ୍ୟାଦି ସାମଗ୍ରୀ ରଖାଯାଉ ଏବଂ ପିଲାମାନଙ୍କୁ ଅଙ୍ଗଭଙ୍ଗୀ ସଙ୍ଗୀତ ଇତ୍ୟାଦି ମାଧ୍ୟମ ଦ୍ବାରା ଶିକ୍ଷା ଦିଆଯାଉ । ଏହି ମଡେଲ ଯଦି ଠିକ୍ ରୂପେ କାର୍ଯ୍ୟକାରୀ ହେବ ଏବଂ ପିଲାଙ୍କ ଆଗଭର ବଢୁଛି ତେବେ ସେହି ଅନୁସାରେ ଜିଲ୍ଲାର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକ ସ୍ମାର୍ଟ ଅଙ୍ଗନଓ୍ବାଡି କେନ୍ଦ୍ରରେ ପରିଣତ କରାଯିବ ବୋଲି ଜିଲ୍ଲାପାଳ ମତ ଦେଇଥିଲେ ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ ସମସ୍ତ ତଥ୍ୟ ପ୍ରଦାନ କରି ସମୀକ୍ଷା କରିଥିଲେ । ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ, ଜିଲ୍ଲା ଯୋଜନା ମ୍ୟାନେଜର୍ ଅରୁଣ କୁମାର ନାୟକ, ସାଶ୍ବତ କୁମାର ସାହୁ, ଦେବବ୍ରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here