ସହର ରେ ଚୋରା ପାଣି ରାକେଟରେ ବ୍ରହ୍ମପୁର ଜନସ୍ୱାସ୍ଥ୍ୟ ବିଭାଗ

0
137

ବ୍ରହ୍ମପୁର, ୨୮/୧୨/୨୦୨୦(ବ୍ୟୁରୋ ରିପୋର୍ଟ) ବ୍ରହ୍ମପୁର ସହରରେ ପ୍ରତ୍ୟେକ ଦିନ ଦିନ ଦ୍ବିପ୍ରହର ରେ ଜନସ୍ୱାସ୍ଥ୍ୟ ବିଭାଗରୁ ବେସରକାରୀ ପାଣି ଟ୍ୟାଙ୍କର ରେ ଚୋରାରେ ପାଣି ବିକ୍ରୀ ହେଉଛି। ସହର ର ସମସ୍ତ ବଡ଼ ହୋଟେଲ, ହଷ୍ଟେଲ, ଆପର୍ଟମେଣ୍ଟ ରେ ଜନସ୍ୱାସ୍ଥ୍ୟ ବିଭାଗ ଠାରୁ ବେସରକାରୀ ଟ୍ୟାଙ୍କର ରେ ପାଣି ଯୋଗାଣ କରାଯାଇ ମାସିକ ହିସାବ ରେ ଲକ୍ଷ ଲକ୍ଷ ଟଙ୍କା ବ୍ୟବସାୟ ହେଉଛି। ଏଥି ରେ ଜନସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀ ମାନେ ପାଇ ପକେଟ୍ ଗରମ କରୁଛନ୍ତି। ଏନେଇ ବହୁ ଅଭିଯୋଗ ହେଉଥିଲେ ମଧ୍ଯ ନିର୍ବାହୀ ଯନ୍ତ୍ରୀ ଙ୍କ ଜାଣତ ରେ ଏବଂ ସେ ସେଥିରୁ ସିଂହ ଭାଗ ପାଉଥିବା ଯୋଗୁଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଜଣାପଡିଛି। ଏହି ଚୋରା ପାଣି ବ୍ୟବସାୟ କାର୍ଯ୍ୟ ପାଇଁ ବିଭାଗ ର ଟ୍ୟାଙ୍କର ଡ୍ରାଇଭର ତଥା ଏମଏମଆର କର୍ମଚାରୀ ପୂର୍ଣ୍ଣ ଚନ୍ଦ୍ର କୋଠିଆ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ଜଣାଯାଏ। ଯଦ୍ବାରା କି ଉକ୍ତ ଏମଏମଆର ଡ୍ରାଇଭର ଜଣକ ରଘୁନାଥପୁର ଠାରେ ଥିବା ଜନସ୍ୱାସ୍ଥ୍ୟ ବିଭାଗ ର ସରକାରୀ ବାସଭବନ “ଡି” ଟାଇପ୍ ଯାହା ଯନ୍ତ୍ରୀ ଙ୍କ ପାଇଁ ଉଦ୍ଦିଷ୍ଟ ରେ ସେ ସେଠାରେ ରହିବାକୁ ସୁଯୋଗ ପାଇଛି। ଜଣେ ଏମଏମଆର କର୍ମଚାରୀ ସରକାରୀ ବାସଭବନ ପାଇଁ ଯୋଗ୍ୟ ନଥିବା ବେଳେ, ସେ ନିର୍ବାହୀ ଯନ୍ତ୍ରୀ ଙ୍କ ଆଶୀର୍ବାଦ ରୁ ତଥା ଚୋରା ପାଣି ବିକ୍ରୀ ବ୍ୟବସାୟ ରେ ନିର୍ବାହୀ ଯନ୍ତ୍ରୀ ଙ୍କୁ ସିଂହ ଭାଗ ପ୍ରଦାନ କରିପାରୁଥିବା ଯୋଗୁଁ ଏହା ସମ୍ଭବ ବୋଲି ମନେ ହେଉଛି। ତାହା ଛଡା ସେହି ବାସଭବନ ରେ ପ୍ରତ୍ୟେକ ବର୍ଷ ରକ୍ଷଣାବେକ୍ଷଣ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ମାର୍ବଲ/ଟାଇଲ୍ ଲଗାଯିବା ସହ ପ୍ରତ୍ୟେକ ବର୍ଷ ଚୂନ ରଙ୍ଗ ଦିଆଯିବା ଏବଂ ନବୀକରଣ କରାଯାଇଥିବା ଜଣାପଡିଛି। ଉକ୍ତ ଏମଏମଆର କର୍ମଚାରୀ ଡ୍ରାଇଭର ଜଣକ ଜନସ୍ୱାସ୍ଥ୍ୟ ବିଭାଗ ରେ ନିଜର ଗାଡି(ପାଣି ଟ୍ୟାଙ୍କର)ନିୟୋଜିତ କରି ସହର ରେ ସମସ୍ତ ହୋଟେଲ, ହଷ୍ଟେଲ, ନର୍ସିଂ ହୋମ, ଆପର୍ଟମେଣ୍ଟ ରେ ପାଣି ବିକ୍ରୀ କରି ବେଶ୍ ଟଙ୍କା ରୋଜଗାର କରିଥିବା ଜଣାଯାଏ। ଯାହା ଭିଜିଲାନ୍ସ ତଦନ୍ତ ହେଲେ “ଜଣେ ଏମଏମଆର କୋଟିପତି କର୍ମଚାରୀ” ବୋଲି ଜନସାଧାରଣ ଜାଣିପାରିବେ।

LEAVE A REPLY

Please enter your comment!
Please enter your name here