ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ଜୀବନ ବିନ୍ଦୁ ରୁ ସଂଗ୍ରହ ହେଲା ୧୫୦ ୟୁନିଟ ରକ୍ତ

0
225

ଵ୍ରହ୍ମପୁର/ରଙ୍ଗେଇଲୁଣ୍ଡା,୨୭/୦୧/୨୦୨୧-ଗୋପାଳପୁର ନିର୍ବାଚନ ମଣ୍ଡଳୀ  ଅନ୍ତର୍ଗତ ରାଳବ ଠାରେ ଥିବା ସଂକଳ୍ପ ସ୍କୁଲ ଠାରେ ଜୀବନ ବିନ୍ଦୁ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଧେଶ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ର ଚେୟାରମ୍ୟାନ ଡା. ରମେଶ ଚନ୍ଦ୍ରଚ୍ୟାଉପଟ୍ଟନାୟକ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲା ଜୀବନ ବିନ୍ଦୁ ର ସଂଯୋଜକ ସୁବାସ ମହାରଣା ସମ୍ମାନୀତ ଅତିଥି ଭାବେ  ଯୋଗ ଦେଇଥିଲେ ।ଏଥିରେ ୧୫୦ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ବ୍ଲକ ଅଧ୍ୟକ୍ଷ ସିଏହେଚ  ଉଷାରାଣି,ଜିଲ୍ଲା ପରିଷଦ ସଭ୍ୟ ମଞ୍ଜୁଶ୍ରୀ ଦଳେଇ, କମଳା ରେଡି,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦୀପକ ସାମନ୍ତ, ପ୍ରତାପ କୋଠିଆ,ବିନୋଦ ମହାଙ୍କଡ଼,ରାମହରି ମିଶ୍ର ,ପ୍ରଫ୍ଲଲ ମହାରଣା,ପ୍ରକାଶ ରଣା ଙ୍କ ସମେତ ସମସ୍ତ ରଙ୍ଗେଇଲୁଣ୍ଡା ର ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତ ଥିଲେ।ଶେଷରେ ରଙ୍ଗେଇଲୁଣ୍ଡା ବ୍ଲକ ଉପାଧ୍ୟକ୍ଷ ଅଜିତ ଦାସ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here