ଚତୁର୍ଥ ଜୟ ବର୍ଦ୍ଧନ ମେମୋରିଆଲ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ

0
225

ବ୍ରହ୍ମପୁର,୨୭/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ପ୍ରତିବର୍ଷ ଭଳି ଚଳିତ ବର୍ଷ ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ଖଲ୍ଲିକୋଟ କଲେଜ ଇଣ୍ଡୋର ଷ୍ଟାଡିୟମ ଠାରେ ଚତୁର୍ଥ ଜୟ ବର୍ଦ୍ଧନ ମେମୋରିଆଲ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମ କୁ ସ୍ବର୍ଗତ ଜୟ ବର୍ଦ୍ଧନ ଦାସଙ୍କ ଧର୍ମପତ୍ନୀ ଶ୍ରୀମତୀ ମିନତୀ ଦାସ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଲୋକ ସେବକ ମଣ୍ଡଳି ର ସଦସ୍ୟ ରାଜେନ୍ଦ୍ର କୁମାର ଜେନା,ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀ,ପ୍ରକାଶ ପଟ୍ଟନାୟକ, ଅଶୋକ ବ୍ରହ୍ମା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସାମିଲ୍ ହୋଇଥିବା ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ସିଙ୍ଗଲସ ଓ ଡବଲସ ଖେଳରେ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ ସିଙ୍ଗଲ ପ୍ରତିଯୋଗିତାରେ ସମାଜ ଖବର କାଗଜ ର ଟୁନା ପ୍ରଧାନ ବିଜୟ ହାସଲ କରିଥିବା ବେଳେ ସକାଳ ଖବର କାଗଜ ର ସାମ୍ବାଦିକ ଗୋପାଳ ରେଡ୍ଡୀ ରନର୍ସ ଅପ୍ ହାସଲ କରିଥିଲେ। ଡବଲସ ପ୍ରତିଯୋଗିତାରେ ଗୋପାଳ ରେଡ୍ଡୀ ଓ ବିକ୍ରମ ବିଜୟ ମୁକୁଟ ହାସଲ କରିଥିବା ବେଳେ ସଚିନ,ମନୋଜ ରୋନର୍ ଅପ୍ ହୋଇଥିଲେ । ଶେଷରେ ୱିନର, ରନର୍ ସହ ଭାଗ ନେଇଥିବା ପ୍ରତିଯୋଗୀ ଙ୍କୁ ଆସିଥିବା ଅତିଥି ମାନେ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମ ରେ ପୂର୍ବତନ କର୍ପୋରେଟର ଆର୍ .ମୁରଲୀ ମୋହନ, ଅବନି ସୁନ୍ଦର ଗୟା,ବିଜେଡି ନେତା ମୁକୁନ୍ଦ ଗୌଡ଼ ,ଏସ୍.ଖାଲିଲ୍ ,ତାପସ କୁମାର ସାହୁ ,ପ୍ରମୁଖ ଉପସ୍ଥିତ ରହିଥିଲେ ।
ଏସ୍. ଶୁଭ୍ରମଣିୟମ ସ୍ୱାମୀ, ଶିବରାମ ଚୌଧୁରୀ ମୁଖ୍ୟ ଭାବେ ରହି ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିବା ବେଳେ ବ୍ରହ୍ମପୁର କାର୍ଯ୍ୟରତ ବହୁ ସାମ୍ବାଦିକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here