କୁଶପଲ୍ଲୀରେ ବିବାହିତ ମହିଳାଙ୍କ ଆତ୍ମହତ୍ଯା

0
156

 

ବୁଗୁଡା,୨୧/୦୨/୨୦୨୧: ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମ ପଞ୍ଚାୟତର କୁଶପଲ୍ଲୀ ଗ୍ରାମରେ ଜଣେ ବିବାହିତ ମହିଳା ଲକ୍ଷ୍ମୀ ଗୌଡ଼ (୨୬) ବେକରେ ରଶି ଲଗାଇ ଆତ୍ମହତ୍ଯା କରିଥିବା ଜଣାପଡିଛି l ପୋଲସରା ବ୍ଲକ୍ ଅନ୍ତର୍ଗତ ସୋଡକ ପଞ୍ଚାୟତର ବୀରରଘୁନାଥପୁରୁ ଗ୍ରାମର ବୃନ୍ଦାବନ ଗୌଡ଼ଙ୍କ ଝିଅ ଲକ୍ଷ୍ମୀଙ୍କ ସହିତ କୁଶପଲ୍ଲୀ ଗ୍ରାମର ଟୁକୁନା ଗୌଡ଼ଙ୍କ ପାଞ୍ଚ ବର୍ଷ ପୂର୍ବେ ବିବାହ ହୋଇଥିବା ବେଳେ ଏକ ୪ ବର୍ଷର ଝିଅଟିଏ ମଧ୍ୟ ଅଛି l ରବିବାର ଦିନ ସ୍ଵାମୀ ଓ ଶାଶୁ ବାହାରକୁ ଯାଇଥିବା ବେଳେ ଲକ୍ଷ୍ମୀ ଗାଧୁଆ ଘରେ କବାଟ ଦେଇ ବେକରେ ରସି ଲଗାଇଦେଇଥିଲେ I ବହୁ ସମୟ କବାଟ ନଖୋଲିବା ଯୋଗୁ ଭାଣିଜୀ ଠାରୁ ଖବର ପାଇ ଟୁକୁନା ପହଞ୍ଚି କବାଟ ଭାଙ୍ଗିଥିଲେ I ବେକରେ ଲାଗିଥିବା ରଶି ଛିଡି ଯାଇଥିବା ବେଳେ ଲକ୍ଷ୍ମୀ ତଳେ ପଡିଥିଲେ I ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡ଼ିକାଲକୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ I ପୋଲିସ ପହଞ୍ଚି ମର ଶରୀର ଜବତ କରି ସ୍ୱାମୀ ଟୁକୁନା ଗୌଡ଼ଙ୍କୁ ପଚରାଉଚରା ଜାରି ରଖିଥିବା ବେଳେ ସୋମବାର ଶବ ବ୍ଯବଚ୍ଛେଦ ପାଇଁ ପଠାଯିବା ଜଣାପଡ଼ିଛି l

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here