ଆଜି କୋର୍ଟ ରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ,ଅଭୟ ପାଠକ ଓ ତାଙ୍କ ପୁଅ

0
141

ବ୍ରହ୍ମପୁର,୧୫/୦୪/୨୦୨୧:ଆଜି ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟ ରେ ହାଜର ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହି,ଆଇଏଫଏସ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ। ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ରୁଜୁ ହୋଇଥିବା ଠକେଇ ମାମଲାରେ ଆଜି ଏହି ୩ଜଣ ହାଜର ହୋଇଥିବା ଜଣାଯାଇଛି।ଟାଟା ମୋଟରର୍ସ ରେ ନିଯୁକ୍ତ ନାଁ ରେ ଠକେଇ ନେଇ ବୈଦ୍ୟନାଥପୁର ଥାନା ରେ ରୁଜୁ ହୋଇଥିବା ଜିଆର କେଶ -୫୧୧/୨୧ ମାମଲାରେ ରିମାଣ୍ଡ ପାଇଁ ପୋଲିସ ଆବେଦନ କରିଥିଲେ।
ଉଲ୍ଲେଖଯୋଗ୍ୟ, କାର୍ତ୍ତିକ ପ୍ରଧାନ ନାମକ ଜନୈକ କନେଷ୍ଟବଳ ଙ୍କ ପୁଅ ଙ୍କୁ ଟାଟା କମ୍ପାନୀ ରେ ନିଯୁକ୍ତି ପାଇଁ ପ୍ରଦୀପ ପାଣିଗ୍ରାହୀ ୬ ଲକ୍ଷ ନେଇଥିବା ଅଭିଯୋଗ ହୋଇଥିଲା।ପ୍ରଦୀପ ପାଣିଗ୍ରାହୀ ଏଥିପାଇଁ ଅଭୟ ଓ ଆକାଶ ସହିତ କଥାବାର୍ତ୍ତା କରି ନିଯୁକ୍ତି ଚୂଡ଼ାନ୍ତ କରିଥିଲେ।କିନ୍ତୁ ପରେ କାର୍ତ୍ତିକ ଠକାମି ଶିକାର ହୋଇଥିବା ଜାଣି ଥାନାରେ ଏତଲା ଦେଇଥିଲେ।ଏହି ମାମଲାରେ ପ୍ରଦୀପ ପାଣିଗ୍ରାହୀ ଙ୍କ ସମେତ ଅନ୍ୟ ଦୁଇଜଣ ଙ୍କ ନାମରେ ଥାନା ରେ ମାମଲା ରୁଜୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here