କସ୍ତୁରୀ କୁ କେବେ ମିଳିବ ପରିବାର ମଙ୍ଗଳ ଯୋଜନା ଓ ବିଧବା ଭତ୍ତା ?

0
164

ବ୍ରହ୍ମପୁର,୧୫/୦୪/୨୦୨୧ ( ଟୁକୁନା ପ୍ରଧାନ)-: ଜନସାଧାରଣ ଙ୍କ ସୁବିଧା ପାଇଁ ରାଜ୍ଯ ଓ କେନ୍ଦ୍ର ସରକାର ମାଳ ମାଳ ଯୋଜନା ପ୍ରଣୟନ କରୁଥିବା ବେଳେ ଏହି ଯୋଜନା କିଛି ଅସହାୟ ଓ ଗରିବ ବ୍ୟକ୍ତିବିଶେଷ ଙ୍କ ପାଇଁ ଫେଲ୍ ମାରୁଛି। ରାଜନୈତିକ ର କିଛି ଅଭିସନ୍ଧି ବାସ୍ନା ହେଉ କିମ୍ଵା ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆଢୁଆଳ ଯୋଗୁ ନୀରିହ ବ୍ୟକ୍ତିବିଶେଷ ମାନେ ସୁବିଧା ସୁଯୋଗ ରୁ ବାଦ୍ ପଡୁଛନ୍ତି । ଏହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ନୂଆଁଗଡ଼ ଗ୍ରାମ ରେ । ପ୍ରାପ୍ତ ସୂଚନା ଅନୁଯାୟୀ ନୂଆଁଗଡ଼ ଗ୍ରାମ ର କସ୍ତୁରୀ ବେହେରା ବୟସ ପାଖାପାଖି ୩୮ ସ୍ଵାମୀ ମୃତ ତ୍ରିନାଥ ବେହେରା । ସେ
ବି ପି ଏଲ ଶ୍ରେଣି ର ମହିଳା ଅଟନ୍ତି । ପରିତାପର ବିଷୟ ଆଗକୁ ପ୍ରାୟ ତିନି ବର୍ଷ ପୂର୍ବେ ତାଙ୍କ ସ୍ୱାମୀ ତ୍ରିନାଥ ଙ୍କ ଦେହାନ୍ତ ହୋଇଥିଲା । ପରେ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରି ପରିବାର ମଙ୍ଗଳ ଯୋଜନା ଏବଂ ବିଧବା ଭତ୍ତା ପାଇଁ ଏଥି ପାଇଁ ଉଦ୍ଧିଷ୍ଟ କାର୍ଯ୍ୟାଳୟ ରେ କାଗଜ ପତ୍ର ଜମା ଦେବା ସହ ବାରମ୍ବାର ବ୍ଲକ, ପଞ୍ଚାୟତ ଓ ନିର୍ବାଚିତ ଜନପ୍ରତିନିଧି ଓ କିଛି ସ୍ଵେଚ୍ଛାସେବୀ ମାନଙ୍କୁ ବାରମ୍ବାର ଆକୁଳ ନିବେଦନ କଲେ ମଧ୍ଯ କିଛି ସୁଫଳ ମିଳୁନାହିଁ ବୋଲି ଆମ ପ୍ରତି ଙ୍କୁ କୋହଭରା କଣ୍ଟ ରେ କହିଛନ୍ତି । ଏଥିସହିତ ସେ ପ୍ରାୟ ୬-୭ ଥର ଏଥି ନିମନ୍ତେ ଆବଶ୍ୟକୀୟ କାଗଜପତ୍ର ଦାଖଲ ସହ ବହୁ ଥର ବ୍ଲକ ଏବଂ ପଞ୍ଚାୟତ ର ଦ୍ୱାରସ୍ଥ ହେଲେଣି ବୋଲି ମଧ୍ଯ କହିଛନ୍ତି । ଏନେଇ ଜୈନକ ସ୍ଵେଚ୍ଛାସେବୀ ମଧ୍ଯ ଗଞ୍ଜାମ ଜିଲ୍ଲାପାଳ, ବେଗୁନିଆପଡା ବିଡିଓ, ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଟ୍ୱିଟ଼ କରିଥିବା ଜଣାପଡ଼ିଛି। ଦେଖାଯାଉ କେବେ କସ୍ତୁରୀ କୁ ଏହି ସବୁ ସହାୟତା ମିଳିବ ତାହା ଦେଖିବାକୁ ବାକି ରହିଲା ? କସ୍ତୁରୀ ଭଳି ଆହୁରି ଅନେକ ବ୍ୟକ୍ତିବିଶେଷ ମଧ୍ଯ ଏହି ସବୁ ସୁବିଧା ସୁଯୋଗ ରୁ ବାଦ ପଡିଥିବା ର ତଥ୍ଯ ପ୍ରମାଣ ଆମ ପାଖରେ ହସ୍ତଗତ ହୋଈଛି ତାହା ଆମେ ପରବର୍ତ୍ତୀ ଖବରରେ ପୁଣି ପ୍ରକାଶ କରିବୁ ।

LEAVE A REPLY

Please enter your comment!
Please enter your name here