ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର ଆୟୋଜନ ନେଇ ସାନଖେମୁଣ୍ଡି ବିଜେଡିର ପ୍ରସ୍ତୁତି ବୈଠକ ।

0
114

ବ୍ରହ୍ମପୁର , ୧୫/୦୪/୨୦୨୧: ଆସନ୍ତା ଅପ୍ରେଲ ୧୭ ତାରିଖ ପୂର୍ବତନ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ , ମହାନ ଜନନାୟକ , ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳନ ଅବସରରେ ସାନଖେମୁଣ୍ଡି ବିଜେଡି ପକ୍ଷରୁ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯିବା ନେଇ ଏକ ପ୍ରସ୍ତୁତି ବୈଠକ ଆଜି ନିସ୍ତିପୁର ଠାରେ ଅନୁଷ୍ଠିତ ହୋଇଅଛି । ବ୍ଲକ ବିଜେଡ଼ି କର୍ମକର୍ତ୍ତା , ନିର୍ବାଚିତ ଦଳୀୟ ଜନ ପ୍ରତିନିଧି ତଥା ବିଜୁ ଅନୁଗାମୀଙ୍କୁ ନେଇ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିବିରର ଆୟୋଜନ ଏବଂ ସଫଳତା ନେଇ ସାମୁହିକ ଆଲୋଚନା କରିଥିଲେ । ବ୍ଲକ୍ ବିଜେଡି ସଭାପତି ଶ୍ରୀ ଧୋବା ସ୍ବାଇଁ , ରାଜ୍ୟ ପରିଷଦ ସଭ୍ୟା ଯୋଗେନ୍ଦ୍ର ସ୍ବାଇଁ , ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଅନ୍ତର୍ଯ୍ୟାମୀ ସ୍ବାଇଁ , ସମିତି ଉପାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ସ୍ବାଇଁ , ଜିଲ୍ଲା ପରିଷଦ ସଭ୍ୟ ଶଙ୍କର୍ଷଣ ସ୍ବାଇଁ , ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବିଷୋୟୀ , ଆଡପଡ଼ା ସରପଞ୍ଚ ନୀଳମାଧବ ରାଉତ , ସହଦେବ ପ୍ରଧାନ , ଗଙ୍ଗାଧର ପାତ୍ର , ଶାନ୍ତି ରେଡ୍ଡୀ ପ୍ରମୁଖଙ୍କ ସହ ବ୍ଲକ୍ ଅଧ୍ୟକ୍ଷା ସଂଗୀତା ବେହେରା କାର୍ଯ୍ୟକ୍ରମର ବହୁଳ ପ୍ରଚାର ସମନ୍ଧରେ ନିଜନିଜ ବକ୍ତବ୍ୟ ରହିଥିଲେ । କରାେନା ଦ୍ଵିତୀୟ ଲହର ସମ୍ପ୍ରତି ଜନ ସମାଜକୁ ବ୍ୟଥିତ କରୁଥିବା ବେଳେ ରକ୍ତ ସଂଗ୍ରହର ଗୁରୁତ୍ୱକୁ ନେଇ କାର୍ଯ୍ୟକ୍ରମକୁ ସଫଳ କରାଇବାକୁ ପଞ୍ଚାୟତ ସ୍ତରରେ ଜନ ପ୍ରତିନିଧିଙ୍କୁ ଦାୟିତ୍ଵ ଦିଆଯାଇଥିଲା । କରୋନା ପ୍ରତିଷେଧକ ବ୍ୟବସ୍ଥା ସହ ରକ୍ତଦାନ ଶିବିର ଆୟୋଜନ ନେଇ ଦୟାନିଧିପୁର ଯୁବ ନେତା ବିଜୟ କୁମାର ଲେଙ୍କା କାର୍ଯ୍ୟକ୍ରମକୁ ସମସ୍ତ ନେତ୍ରୁ ମଣ୍ଡଳୀ ଶ୍ରେୟତା ଦେଇ ସଫଳ କରିବାକୁ ଅନୁରୋଧ କରିଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here