ହାଇଦ୍ରାବାଦ ଓ ହାଓଡ଼ା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି

0
128

ଭୂବନେଶ୍ୱର,୧୫/୦୪/୨୦୨୧:
ହାଇଦ୍ରାବାଦ ଓ ହାଓଡ଼ା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି।
୦୮୬୪୬ ହାଇଦ୍ରାବାଦ-ହାଓଡ଼ା ସ୍ବତନ୍ତ୍ର ଟ୍ରେନ ହାଇଦ୍ରାବାଦରୁ ଏପ୍ରିଲ ୧୬ ରୁ ୩୦ ଏପ୍ରିଲ ମଧ୍ୟରେ ପ୍ରତ୍ୟେହ ସକାଳ ୮ ଘଟିକାରେ ଛାଡି ହାଓଡ଼ା ଠାରେ ତା’ ପରଦିନ ଅପରାହ୍ନ ୨ଘ.୪୦ମି.ରେ ପହଞ୍ଚିବ।
ସେହିଭଳି, ଫେରିବା ମାର୍ଗରେ ୦୮୬୪୫ ହାଓଡ଼ା-ହାଇଦ୍ରାବାଦ ସ୍ବତନ୍ତ୍ର ଟ୍ରେନ ଆସନ୍ତା ୧୮ ତାରିଖ ରୁ ମଇ ମାସ ୨ ତାରିଖ ପର୍ଯ୍ୟନ୍ତ ହାଓଡ଼ା ଠାରୁ ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୧ଘ.୩୦ମି.ରେ ଛାଡି ହାଇଦ୍ରାବାଦରେ ତା’ପରଦିନ ସନ୍ଧ୍ୟା ୫ଘ.୩୦ମି.ରେ ପହଞ୍ଚିବ।
ଏହି ଟ୍ରେନ୍ ହାଇଦ୍ରାବାଦ ଏବଂ ହାଓଡ଼ା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଏଥିରେ ଗୋଟିଏ ଏସି-୨ ଟାୟାର୍, ତିନିଟି ଏସି -୩ ଟାୟାର୍, ୧୨ ଟି ସ୍ଲିପର୍ କ୍ଲାସ୍, ତିନିଟି ସେକେଣ୍ଡ୍ କ୍ଲାସ୍ ସିଟିଙ୍ଗ, ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଏବଂ ଗୋଟିଏ ପାର୍ସଲ୍ ଭ୍ୟାନ ଉପଲବ୍ଧ ଅଛି।

LEAVE A REPLY

Please enter your comment!
Please enter your name here