ଗୋପାଳପୁର ଠାରେ ମିଷ୍ଟର ଓ ମିସ୍ ସିଳ୍କ ସିଟି ୨୦୨୧ ଗ୍ରୁମିଙ୍ଗ ସେସନ ଅନୁଷ୍ଠିତ

0
123

ବ୍ରହ୍ମପୁର,୧୫/୦୪/୨୦୨୧:ଆଜି ଗୋପାଳପୁର ଠାରେ ମିଷ୍ଟର ଓ ମିସ୍ ସିଳ୍କ ସିଟି ୨୦୨୧ ଗ୍ରୁମିଙ୍ଗ ସେସନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୫ ଜଣ ପ୍ରତିଯୋଗୀ ଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଗ୍ରୁମର “ଜନ୍ ଅଜୟ” ସୁପ୍ରସିଦ୍ଧି ପ୍ରତିଷ୍ଠିତ ମଡେଲର ଯୋଗ ଦେଇ ନୂତନ ପ୍ରତିଭା କୁ ଚୟନ କରିଥିଲେ । ଏହି କାଯ୍ୟକ୍ରମ କୁ ବ୍ରହ୍ମପୁର ର “ଦି ଡ୍ରିମ ହାଉସ” ର ସାଂଗଠନିକ ଭାବେ କାଯ୍ୟ ତ୍ୱରନିକ କରିଥିଲେ । ଏଥିରେ ଡ୍ରେସ ଡିଜାଇନର ସୁଇଟି ଲାଇକ , ଅଭିସ୍ପା, ଆଲୋକ , ପପୁନ , ଅଶ୍ୱିନ ସୁମନ ଦେବାଶିଷ ପପୁ ପ୍ରଭୁତି ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାରେ ୪ ପଦବୀ ରଖା ଯାଇଛି ।ବେଷ୍ଟ ଫଟୋ ଜୋନିକ, ବେଷ୍ଟ ୱାର୍କ , ବେଷ୍ଟ ଟାଲେଣ୍ଟ ଏବଂ ବେଷ୍ଟ ସ୍ମାଇଲ । ଯେଉଁ ପ୍ରତିଯୋଗୀ ଉଇନର ହୁଅନ୍ତି ତାଙ୍କୁ ୧୫,୦୦୦ ଟଙ୍କା ପୁରସ୍କାର ଅଛି, ଯାହା ମଡେଲ ମାନଙ୍କ ଭବିଷ୍ୟତ ଟ୍ରେନିଂ ପାଇଁ ସହାୟକ ହେବ । ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ପ୍ରତିଯୋଗୀ ନିଜ ପ୍ରତିଭା ଦେଖାଇଥାନ୍ତି । ବିଚାରକ ଦ୍ୱାରା ଚୟନ ପ୍ରତିଭାକୁ ଭବିଷ୍ୟତ ରେ ଆଗକୁ ବଢ଼େଇବାକୁ ଏହି କାର୍ଯ୍ୟକ୍ରମ ମୂଳ ଲକ୍ଷ୍ୟ ଥିଲା । କୋରନା ର ଗାଇଡ଼ ଲାଇନ ଅନୁଧ୍ୟାନ କରି ପିଲାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କୁ ନଜର ରେ ରଖି ସିଜନ ଅତି ସୁରୁଖୁରୁରେ ତ୍ବରାନିତ କରାଯାଉଛି । ଫାଇନାଲ ଟିକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ନିକଟ ଭବିଷ୍ୟତରେ ଏହା ହେବ ବୋଲି ସୂଚନା ମିଳିଛି । ସିନେ ଜଗତ ବିଶିଷ୍ଠ କଳାକାର ଙ୍କ ଦ୍ଵାରା ପ୍ରତିଭା ସମ୍ପନ୍ନ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବାର ସୂଚନା ମିଳିଛି । ଖାଦ୍ୟ ସହଯୋଗୀ ଥିଲେ ବ୍ରୋକିଲି-ସାଗର ଦାସ , କୋବାବ କରନର ର ବାବୁ ଖାଁ ଥିଲେ।

LEAVE A REPLY

Please enter your comment!
Please enter your name here