କଟକ ସହରରେ ସ୍ଵରେଜ ଦୁର୍ଘଟଣା ରେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯାନୁଷ୍ଠାନ ।ଦୁଇ ଇଞ୍ଜିନିୟର ଙ୍କ ବଦଳି।ଜୁନିଅର ଇଞ୍ଜିନିୟର ନିଲମ୍ବିତ, ଥାନା ରେ ଏଫ ଆଇ ଆର ରୁଜୁ। ମୃତକଙ୍କ ପରିବାର ପାଇଁ ଦଶ ଲଷ ଟଙ୍କା ଲେଖାଏ ସହାୟତା ଘୋଷଣା

0
146

ଭୁବନେଶ୍ୱର,୧୬/୦୪/୨୦୨୧:ଗତକାଲି କଟକ ସହରରେ ସ୍ଵରେଜ କାମ ସମୟରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇବା ଏବଂ ଜଣେ ଗୁରୁତର ଅସୁସ୍ଥ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିବା ସହ ଦାୟିତ୍ୱ ରେ ଅବହେଳା କାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ ।ତଦନୁଯାୟୀ ଘଟଣା ର ଆଜି ତଦନ୍ତ କରାଯାଇ କଟକ ଜନସ୍ବାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀ ତଥା ଓ୍ବାଟକୋ ଜେନେରାଲ ମ୍ୟାନେଜର ଶ୍ରୀ ସୁଶାନ୍ତ ଘଡେଇ, ଓ୍ବାଟକୋ ର ଏସଡିଓ ର ଶ୍ରୀ ସୁବାସ ରାଉତ ଙ୍କୁ ବଦଳି କରାଯାଇଥିବା ବେଳେ ଜୁନିୟର ଇଞ୍ଜିନିୟର ଶ୍ରୀ ପ୍ରଦ୍ଯୋତ କୁମାର ସାହୁଙ୍କୁ ନିଲମ୍ବିତ କରାଯାଇଛି ।ତାହା ସହିତ ଜୁନିୟର ଇଞ୍ଜିନିୟର ଶ୍ରୀ ସାହୁ ଏବଂ ଠିକା କମ୍ପାନୀ ଶ୍ରୀ ଦୀପକ ନାୟକ ଙ୍କ ବିରୁଦ୍ଧରେ ସିଏମସି ପକ୍ଷରୁ ଥାନାରେ ଏଫ ଆଇ ଆର ଦିଆଯାଇଛି ।ଏହି ଦୁର୍ଘଟଣା ରେ ମୃତକଙ୍କ ପରିବାର କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ,ସେମାନଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଦଶ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ।
ଏହି ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଡି. ଶିବା ଙ୍କ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here