କୋଦଳା ଓ ବେଗୁନିଆପଡ଼ା ପୋଲିସ ପକ୍ଷରୁ ବେଗୁନିଆପଡାରେ ମାସ୍କ ଓ ହେଲିମେଟ ଚେକିଂ କଡାକଡି

0
210

ବ୍ରହ୍ମପୁର,୧୬/୦୪/୨୦୨୧ (ଟୁକୁନା ପ୍ରଧାନ)-: କରୋନାର ଦ୍ଵିତୀୟ ଲହରୀକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମାସ୍କ ଓ ହେଲିମେଟ ଚେକିଂକୁ କଡାକଡି କରାଯାଇଛି । ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ପଇଁତରା ମାରୁଛି ପୋଲିସ । ଏହି କ୍ରମରେ ଆଜି କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ତତ୍ୱାବଧାନରେ ବେଗୁନିଆପଡ଼ା ଫାଣ୍ଡି ଓ କୋଦଳା ଥାନା ପୋଲିସର ମିଳିତ କ୍ରମେ ବେଗୁନିଆପଡ଼ାରେ ମାସ୍କ ଓ ହେଲିମେଟ ଚେକିଂ କଡ଼ାକଡ଼ି କରାଯାଇଛି । ଅମାନିଆଙ୍କ ଠାରୁ ଫାଇନ ଆଦାୟ କରାଯାଇଛି । ଏହି ଚେକିଂରେ କୋଦଳା ଥାନା ଏସ୍ଆଇ ଅନିଲ କୁମାର ସାହୁ ଓ ବେଗୁନିଆପଡ଼ା ଏଏସ୍ ଆଇ ଶରତ ଚନ୍ଦ୍ର ମହାପାତ୍ରଙ୍କ ସହ ଏକ ଟିମ୍ କୋଭିଡ୍ ଗାଇଡ ଲାଇନ୍ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିମାନଙ୍କୁ ତାଗିଦ୍ କରିବା ସହ ସେମାନଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here