ସାନଖେମୁଣ୍ଡିରେ କୋଭିଡ଼ ଦ୍ଵିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଜନିତ ସ୍ୱାସ୍ଥ୍ୟ ଯାଞ୍ଚ୍ ଆରମ୍ଭ ।

0
301

ବ୍ରହ୍ମପୁର, ୨୩/୦୪/୨୦୨୧: ଆତ୍ମଘାତୀ ଅଦୃଶ୍ୟ କରୋନା ଭୂତାଣୁର ପରିବର୍ତ୍ତିତ ଦ୍ଵିତୀୟ ସଂସ୍କରଣ ସମ୍ପ୍ରତି ବିଶ୍ୱବ୍ରହ୍ମାଣ୍ଡକୁ ପ୍ରଭୂତ କ୍ଷତି ପହଞ୍ଚାଇବା ସହିତ ମାନବସମ୍ବଳର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି । ଜୀବନ ଓ ଜୀବିକାର ଦୋଛକିରେ ସାମାଜିକ ଜୀବନ ଚର୍ଯ୍ୟାରେ କରୋନା ସଂକ୍ରମଣ ଅବିକା ବ୍ୟାକୁଳିତ କରିଅଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏଥିନେଇ ବହୁବିଧ୍ ଉପାୟ ପ୍ରବର୍ତ୍ତନ କରିଥିଲେ ମଧ୍ୟ ମାସ୍କ ପରିଧାନ , ସାମାଜିକ ଦୂରତା ରକ୍ଷା , ସାନିଟାଇଯେସନ୍ ନେଇ ସତର୍କତା ଜାରି କରିଛନ୍ତି ।ପରନ୍ତୁ କରୋନା ଦ୍ଵିତୀୟ ଲହରର ଖିପ୍ରତାକୁ ନେଇ ସରକାରଙ୍କ ତରଫରୁ ବିଧିବଦ୍ଧ ବ୍ୟବସ୍ତା ପ୍ରକାରେ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପ୍ରତି ଗୁରୁତ୍ବ ଦେଇଛନ୍ତି । ପ୍ରତି ଗ୍ରାମରେ ଦ୍ଵିତୀୟ ପର୍ଯ୍ୟାୟ କରୋନା ଜନିତ ସ୍ୱାସ୍ଥ୍ୟ ଯାଞ୍ଚ୍ ବ୍ୟବସ୍ତା ପ୍ରଚଳନ କରି ସାମୁହିକ ସ୍ୱାସ୍ଥ୍ୟ ଯାଞ୍ଚ୍ କରୁଛନ୍ତି ।

ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର କରୋନା ପ୍ରବଣତାକୁ ଲକ୍ଷାରଖି ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଧେଶ ମତେ ସାରା ଜିଲ୍ଲାରେ ଅଙ୍ଗନୱାଡି କର୍ମୀ , ଆଶା କର୍ମୀ , କେନ୍ଦ୍ର ସହାୟିକା ଓ ଡାକ୍ତରୀ ବଳକୁ ନେଇ ସାଧାରଣରେ କରାଯାଉଥିବା ସାଧାରଣ ସ୍ୱାସ୍ଥ୍ୟ ଯାଞ୍ଚ୍ କାର୍ଯ୍ୟକ୍ରମ ସାନଖେମୁଣ୍ଡି ବ୍ଲକ୍ ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଅଛି । ବ୍ଲକ୍ ସଦର ମହକୁମା ମହାନଲା କେନ୍ଦ୍ର – ୧ ଅଙ୍ଗନୱାଡି କର୍ମୀ ଶ୍ରୀମତୀ ବନିତା କୁମାରୀ ରଥଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଯାଞ୍ଚ୍ କାର୍ଯ୍ୟକ୍ରମରେ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ସୂପରଭାଇଯର ପୁଷ୍ପଲତା ସାହୁ , ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପୁରୁଷ ସ୍ବାସ୍ଥ୍ୟକର୍ମୀ ସୁନୀଲ କୁମାର ମିଶ୍ର , ଏଏନ୍ଏମ୍ ମିନତୀ କୁମାରୀ ପାଣିଗ୍ରାହୀ , ଆଶାଦିଦି ପ୍ରମିଳା ସାହୁ , କେନ୍ଦ୍ର ସହାୟିକା ଗୀତାଞ୍ଜଳି ମହାରଣା ପ୍ରମୁଖ ମହାନଳା ଗ୍ରାମରେ ପ୍ରତି ଘରେ ପହଞ୍ଚି ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଯାଞ୍ଚ୍ କରିଛନ୍ତି ଏବଂ କରୋନା ଜନିତ ସାଧାରଣ ସତର୍କତା ସମନ୍ଧରେ ସଚେତନା କରିଛନ୍ତି । ମାସ୍କ ପିନ୍ଧିବା , ସାବୁନରେ ହାତ ଧୋଇବା , ସାନିଟାଇଜର ବ୍ୟବହାର କରିବା , ସାମାଜିକ ଦୂରତା ମନିବା ସହ ଆବଶ୍ୟକ ନଥିଲେ ବାହାରକୁ ନଯିବା , ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ୍ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here