ଅକ୍ଷୟତୃତୀୟା ପାଳନ ଅବସରରେ ଗ୍ରାମଞ୍ଚଳରେ ସମନ୍ବିତ କୃଷିର ଋପାନ୍ତରିତ କାର୍ଯ୍ୟକ୍ରମ (ତାରା) ର ସମୀକ୍ଷା

0
429

ଛତ୍ରପୁର,୧୫/୦୫/୨୦୨୧: ଚାଷୀର ଜୀବିକାକୁ ଆଦର୍ଶ କୃଷି ଉଦ୍ୟୋଗୀରେ ପରିଣତ କରିବା ଲକ୍ଷ୍ୟ ନେଇ ଗ୍ରାମାଞ୍ଚଳରେ କୃଷିର ଋପାନ୍ତରିତ (ତାରା Transformation of Agriculture in Rural Area) କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ପ୍ରଶାସନ ପ୍ରେରଣାରେ ଦୁଇ ବର୍ଷତଳେ କୃଷି, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ ସମ୍ପଦ, ଗ୍ରାମ୍ୟ ଉନ୍ନୟନ, ବ୍ୟାଙ୍କ ଓ ଅନ୍ୟାନ୍ୟ ଆନୁସଙ୍ଗୀକ ବିଭାଗର ବୈଷୟିକ ଓ ସରକାରୀ କାର୍ଯ୍ୟକ୍ରମର ସମନ୍ବୟରେ ଆରମ୍ଭ କରାଯାଇଥିଲା । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଶନିବାର ପୂର୍ବାହ୍ନରେ ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୃଷି ଅଧିକାରୀ, ପ୍ରାଣୀ ସମ୍ପଦ ଅଧିକାରୀ, ମତ୍ସ୍ୟ ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ଭଳି ଏହି ପବିତ୍ର ଦିବସରେ କୃଷି ତଥା କୃଷକର ଉନ୍ନତି ପାଇଁ ତାରା କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାରେ ଗତ ଦୁଇ ବର୍ଷ ତଳେ ଆରମ୍ଭ କରାଯାଇଥିଲା । ବୈଠକରେ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା,ସୌର ଜଳ ନିଧି ଯୋଜନା, ବଳରାମ ଯୋଜନା, କୃଷି ଋଣ, ବିହନ ଓ ସାରର ସୁଷମ ବଣ୍ଟନ ଉପରେ ଗୁରୁତ୍ବ ଆରୋପ କରିଥିଲେ । କରୋନା ସମୟରେ କୃଷିର ମୁଖ୍ୟ ଭୂମିକା ରହିଛି । ଖରିଫ୍ ଚାଷ ନିମନ୍ତେ ଉତ୍ତମ ବିହନ ଓ ସାର, ପିଡିଆ ଯେପରି କୃଷକ ମାନେ ସହଜରେ ପାଇ ପାରିବେ ତା ଉପରେ ଜିଲ୍ଲାପାଳ ଗୁରୁତ୍ ଦେଇଥିଲେ । ଗ୍ରାମାଞ୍ଚଳରେ ଧାନ ଟାଷ ସହ ଯେପରି ଅନ୍ୟାନ୍ୟ କୃଷି କରି କୃଷକ ଯେପରି ଲାଭବାନ୍ ହୋଇପାରିବ ତା ଉପରେ ଦୃଷ୍ଟି ଦେବାକୁ ଜିଲ୍ଲାପାଳ କୃଷି ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜୀବୀକା ନିର୍ବାହୀ କୃଷିକୁ ବ୍ୟାବସାୟୀକ କୃଷିରେ ପରିଣତ କରିବା, ସମନ୍ବୀତ କୃଷି ଓ ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର କରିବା, ଜମି ଓ ଜଳର ସୁବିନିଯୋଗ ନିମନ୍ତେ ଜୈବିକ କୃଷି ଓ ଆଧୁନିକ ଜଳସେଚନ ଉପକରଣର ବ୍ୟବହାର, ଚାଷୀକୁ କୃଷି ଉଦ୍ୟୋଗୀ କରିବା ଓ ଉତ୍ପାଦନକୁ ବଜାର ସଂଯୋଗୀକରଣ କରିବା, ଚାଷୀଙ୍କୁ ଗୋଟିଏ ସ୍ଥାନରୁ ଆବଶ୍ୟକ ସମସ୍ତ ସାମଗ୍ରୀ ଉପଲବ୍ଧ କରାଇବା ତାରା କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ । ପଶୁଖାଦ୍ୟ ଚାଷ ନିମନ୍ତେ ୮୬୪.୪୦ ଏକର ଅନୁମୋଦିତ ହୋଇଥିବା ବେଳେ ୧୨୩୭ ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି । ଜିଲ୍ଲାରେ ୩୬୯୧ ଟି ଡଗ୍ ଓ୍ବେଲ୍ ପାଇଁ ମଞ୍ଜୁରୀ ମିଳିଥିବା ବେଳେ ୩୬୬ ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ସ୍ଥଳେ ଆଉ ୯୫୯ଟି ପ୍ରକଳ୍ପ ର କାର୍ଯ୍ୟ ଚାଲୁ ରହିଛି । ସେହିପରି ଗାଇ ଗୁହାଳ ୧୬୧୬୭ ଟି ମଞ୍ଜୁରପ୍ରାପ୍ତ ହୋଇଥିବା ବେଳେ୧୧୨୪ ଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଏବଂ ଅବଶିଷ୍ଟ କାର୍ଯ୍ୟ ଚାଲୁ ରହିଛି । ଜିଲ୍ଲାରେ ସମୁଦାୟ ୬୧୩୬୮୮ ଟି ଜବ୍ କାର୍ଡ ପ୍ରଦାନ କରାଯାଇଥିବା ବେଳେ ୪୧୧୧୯୧ ଟି ଜବ୍ କାର୍ଡକୁ ଆକ୍ଟିଭ୍ କରାଯାଇଛି ଏବଂ ୭୮୪୪ ଟି ନୂତନ ଜବ କାର୍ଡ ପ୍ରଦାନ କରାଯାଇଛି । ଯେତେ ଭାଗ ଚାଷୀ ଅଛନ୍ତି ବଳରାମ ଯୋଜନାରେ ଶତକଡା ୮୦ ଭାଗ ଚାଷୀଙ୍କୁ ସାମିଲ୍ କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ । ଖରିଫ୍ ଚାଷ ବେଳେ ଚାଷୀ ଯେପରି ସୁବିଧାରେ ବ୍ୟାଙ୍କରୁ ଋଣ ପାଇ ପାରିବ ଏବଂ ଉନ୍ନତ ମାନର ବିହନ ଓ ସାର ପାଇ ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେବା ସହ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା,ସୌର ଜଳ ନିଧି ଯୋଜନା, ବଳରାମ ଯୋଜନା ତ୍ବରାନ୍ବୀତ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୂର୍ଯ୍ୟୋଧନ ପତଙ୍ଗ, ଡି.ଆର୍.ସି.ସି. ବିଶ୍ବ ରଞ୍ଜନ ଦାଶ ଙ୍କ ସମେତ ବିଭିନ୍ନ ବ୍ଲକ ର କୃଷି ଅଧିକାରୀ, ବ୍ୟାଙ୍କର୍ସ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here