ଗଞ୍ଜେଇ ସହିତ ଚାରି ଗିରଫ

0
131

ବ୍ରହ୍ମପୁର,୦୮/୦୬/୨୦୨୧ (ଟୁକୁନା ପ୍ରଧାନ) ଗଞ୍ଜେଇ ଚୋରା ଚାଲାଣ ବେଳେ ଚାରି ଅଭିଯୁକ୍ତ ଙ୍କୁ କାବୁ କଲା ପୋଲିସ l ଗଞ୍ଜାମ ଜିଲ୍ଲା ଆସିକା ଥାନା ବିଜୁ ପଟ୍ଟନାୟକ ଛକ ଠାରେ ଆଜି ସକାଳୁ ଗାଡି ଚେକିଙ୍ଗ ବେଳେ ଏକ ନମ୍ବର ବିହିନ କାର ରୁ ୧୦୨ କିଲୋରୁ ଉର୍ଦ୍ଧ୍ବ ଗଞ୍ଜେଇ ସହ ଚାରି ଅଭିଯୁକ୍ତ କୁ ଗିରଫ କଲା ପୋଲିସ l ଅଭିଯୁକ୍ତ ଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ଏକ କାର ଜବତ ହୋଇଥିବା ବେଳେ ଅଭିଯୁକ୍ତ ମାନଙ୍କ ନାମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି l ବିଶେଷ କରି ଏମାନେ ଜିଲ୍ଲା ର ବିଭିନ୍ନ ସ୍ଥାନରେ ହେଉଥିବା ଟେଣ୍ଡର ଫିକ୍ସିଙ୍ଗ ସମ୍ପୃକ୍ତ ରହିଥିବା ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲା ଅତିରିକ୍ତ ଏସ୍ ପି ବିଜୟ କୁମାର ମଲ୍ଲିକ l

LEAVE A REPLY

Please enter your comment!
Please enter your name here