ପାଟପୁର ବେସାହାରା ଶିଶୁ ଙ୍କୁ ସହାୟତାର ହାତ ବଢ଼େଇଲା ତିନି ତାଳୁକା ରେଡ୍ଡୀ ସେବା ସଂଘମ ।

0
195

ବ୍ରହ୍ମପୁର,୦୮/୦୬/୨୦୨୧: ସାନଖେମୁଣ୍ଡି ବ୍ଲକ୍ ପାଟପୁର ରେଡିକା ସାହିରେ ପାଞ୍ଚବର୍ଷ ପୂର୍ବରୁ ବାପା ଏବଂ ନିକଟରେ ମା ‘ ଙ୍କୁ ହରାଇ ବେସାହାରା ହୋଇଥିବା ତିନି ଶିଶୁଙ୍କ ପ୍ରତି ସାହାଯ୍ୟ ଓ ସହଯୋଗର ଦିଗ ଖୋଲିବାରେ ଲାଗିଛି । ସର୍ବପ୍ରଥମେ ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ତରଫରୁ ବ୍ୟକ୍ତିଗତ ଅନୁକମ୍ପା ପ୍ରଦାନ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ପ୍ରଶାସନିକ ସ୍ତରରୁ ଜିଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ପାଟପୁରରେ ପହଞ୍ଚି ସଂପୃକ୍ତ ଶିଶୁକୁ ସହାୟତା ପ୍ରଦାନ କରିଛନ୍ତି । ସେମାନଙ୍କ ଭବିଷ୍ୟତ ଗଠନରେ ପ୍ରଶାସନିକ ସହଯୋଗର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।ଏତଦ୍ ବ୍ୟତୀତ ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ୍ ବିଜେଡି ପକ୍ଷରୁ ସଭାପତି ଶ୍ରୀ ଧୋବା ସ୍ୱାଇଁଙ୍କ ନେତୃତ୍ବରେ ବିଜେଡିର ଦଳୀୟ କର୍ମକର୍ତ୍ତା ପହଞ୍ଚି ଅନାଥ ଶିଶୁଙ୍କୁ କିଛି ଆର୍ଥିକ ଓ ସାମଗ୍ରିକ ସହାୟତା ପ୍ରଦାନ କରିଥିବା ଜଣାଯାଇଅଛି ।

ଏହି ପରିପ୍ରେକ୍ଷୀରେ ଅନାଥ ଶିଶୁଙ୍କ କୂଳ ସମାଜ ପକ୍ଷରୁ ଘଟଣାର ଗୁରୁତ୍ଵ ଉପଲବ୍ଧି କରି ଆଜି ଅସହାୟ ଶିଶୁଙ୍କ ପରିଜନଙ୍କ ଗହଣରେ ସେମାନଙ୍କ ଭବିଷ୍ୟତ ନେଇ ଆଲୋଚନା କରାଯାଇ ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରିଛନ୍ତି । ରେଡ୍ଡୀ ସେବା ସଂଘମ ବଦଖେମୁଣ୍ଡି , ଶେରଗଡ଼ ଓ ମହୁରୀ ତାଳୁକାର ସମନ୍ବୟରେ ସମାଜସେବୀ ଏସ , ପ୍ରଶାନ୍ତ ରେଡ୍ଡୀ ଓ ବି , ବାଲାଜୀ ରେଡ୍ଡୀଙ୍କ ନେତୃତ୍ବରେ ସମାଜସେବୀ ଏମ୍ , ନିରଂଜନ ରେଡ୍ଡୀ , ବିଭୁ ରେଡ୍ଡୀ , ସୁବାସ ରେଡ୍ଡୀ , ମନୁ ରେଡ୍ଡୀ , କ୍ରିଷ୍ଣା ରେଡ୍ଡୀ , ଗୌରାଙ୍ଗ ରେଡ୍ଡୀ , ନରସିଂହ ରେଡ୍ଡୀ ପ୍ରମୁଖ କୂଳ ସମାଜ ପକ୍ଷରୁ କିଛି ଆର୍ଥିକ ଓ ସାମଗ୍ରିକ ସହାୟତା ପ୍ରଦାନ କରିଛନ୍ତି । ରେଡ୍ଡୀ କୂଳ ସମାଜର ଏତାଦୃଶ କାର୍ଯ୍ୟକ୍ରମକୁ ନେଇ ଅଞ୍ଚଳ କୂଳ ସଦସ୍ୟଙ୍କ ପକ୍ଷରୁ ପ୍ରଶଂସିତ କରାଯାଇଅଛି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here