କରୋନର ତୃତୀୟ ଲହରକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଯାଞ୍ଚ

0
143

ବୁଗୁଡା, ୦୯/୦୬/୨୦୨୧: ବୁଗୁଡା ବ୍ଳକ ଅନ୍ତର୍ଗତ ବିରଞ୍ଚିପୁର ଗ୍ରାମ ପଞ୍ଚାୟତର ବି.ବ୍ରହ୍ମପୁର ଗ୍ରାମରେ ୧୮ ବର୍ଷରୁ କମ ବୟସ ପିଲାମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପ୍ରକାରରେ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜୁନ ୯ ତାରିଖ ଦିନ ବୁଗୁଡା ସିଡିପିଓଙ୍କ ଆଦେଶ ବଳରେ ବି.ବ୍ରହ୍ମପୁର ଗ୍ରାମରେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ସହ ମହିଳାମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ ମଧ୍ୟ ହୋଇଥିବା ଜଣାପଡିଛି । ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ଘରକୁ ଘର ଯାଇ ଜନ୍ମ ରୁ 18 ବର୍ଷ ରୁ କମ ପର୍ଯ୍ୟନ୍ତ ଶିଶୁ ଓ ମହିଳା ଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଆରମ୍ଭ କରିଥିଲେ । ଏହି ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟରେ ଅଙ୍ଗନୱାଡି କର୍ମୀ , ଆଶା କର୍ମୀ ଓ ଅଙ୍ଗନବାଡି ସହାୟିକା ସାମିଲ ହୋଇଥିବା ଜଣାପଡିଛି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here