ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ପଞ୍ଚମ ଥର ପାଇଁ ମନୋନୀତ ହେଲେ ଯୁବ ସଙ୍ଗଠକ ଯୋଗେନ୍ଦ୍ର ସ୍ବାଇଁ ।

0
501

ବ୍ରହ୍ମପୁର, ୦୭/୦୮/୨୦୨୧: ଆସନ୍ନ ପଞ୍ଚାୟତ ନିର୍ବାଚନ ସମୟକୁ ତାଳ ଦେଇ ରାଜ୍ୟ ଶାସକ ଦଳ ବିଜେଡି ଦଳ ଚଳିତ ବର୍ଷ ନିଜ କର୍ମକର୍ତ୍ତା ଚୟନରେ କଠୋର ପଦକ୍ଷେପ ଗ୍ରହଣ କରିଅଛି । ନିର୍ବାଚନ ମଣ୍ଡଳୀ ସ୍ତରରେ ଦଳୀୟ ସଂଗଠନର ଅଭିଜ୍ଞତା ଓ ଦଳପ୍ରତି ଥିବା ଆନୁଗତ୍ୟ ସହ ବିଗତ ଦିନର କର୍ମ ନିପୁଣତାକୁ ମାପକାଠି କରି କର୍ମକର୍ତ୍ତା ଚୟନ କରିଅଛି । ଏହି ପରିପ୍ରେକ୍ଷୀରେ ଚଳିତ ଥରର ଜିଲ୍ଲା ବିଜେଡି କର୍ମକର୍ତ୍ତା ମନୋନୟନରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଯୁବ ନେତା ଯୋଗେନ୍ଦ୍ର ସ୍ୱାଇଁଙ୍କୁ ପଞ୍ଚମ ଥର ଲାଗି ଜିଲ୍ଲା ସାଧାରଣ ସମ୍ପାଦକ ଭାବରେ ମନୋନୀତ କରିଥିବାରୁ ଅଞ୍ଚଳ ବିଜେଡି କର୍ମକର୍ତ୍ତା ତାଜୁବ ହେବା ସହ ଉତ୍ସାହିତ ଥିବା ଲକ୍ଷ କରାଯାଇଅଛି । ସୂଚନା ଓ ତଥ୍ୟ ଅନୁସାରେ ଛାତ୍ର ଜୀବନରୁ ବିଜୁ ଅନୁଗତ ଥିବା ଶ୍ରୀ ସ୍ବାଇଁ ହିଞ୍ଜିଳିକାଟୁ ସରକାରୀ କଲେଜର ଛାତ୍ର ସଂସଦ ସଭାପତି ଭାବରେ ରାଜନୀତି କ୍ୟାରିଅର ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ନିଜ ସୋପାନ ଅତିକ୍ରମ କରିଛନ୍ତି । ବ୍ଲକ ରାଜନୀତି ସହ ସଂଶ୍ଳିଷ୍ଟ ଥିବାସହ ଜିଲ୍ଲା ବିଜେଡି କର୍ମକର୍ତ୍ତା , ରାଜ୍ୟ କାର୍ଡ ବ୍ୟାଙ୍କ୍ ସଭାପତି , ବିଜେଡି ରାଜ୍ୟ ପରିଷଦ ସଭ୍ୟ ଭାବେ ନିଜ ଦଳୀୟ ଆନୁଗତ୍ୟ ବଜାୟ ରଖିଛନ୍ତି । ଚଳିତ ମନୋନୟନରେ ଦଳ ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରତି ପୂର୍ଣ୍ଣ ଆସ୍ଥା ପ୍ରକଟ କରିଥିବାରୁ ଉତ୍କଣ୍ଠିତ କୃତଜ୍ଞତା ଜ୍ଞାପନ କରିବା ସହିତ ଜିଲ୍ଲା ବିଜେଡି ସଭାପତି ଶ୍ରୀ ଚ୍ୟାଉ ପଟ୍ଟନାୟକ , ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ତଥା ରାଜ୍ୟ ମହିଳା ବିଜେଡି ଉପଦେଷ୍ଟା ଶ୍ରୀମତୀ ନନ୍ଦିନୀ ଦେବୀ , ରାଜ୍ୟର ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here