ଆଜି ଦିନର ପ୍ରମୁଖ ଖବର @୧୦ ଟପ ଖବର

0
374

(୧)ଟୋକିଓରେ ସ୍ୱର୍ଣ୍ଣ ଜିତିଲେ ନୀରଜ । ଜାଭଲିନ୍ ଥ୍ରୋରେ ଭାରତ ପାଇଁ ସୁନା ପଦକ ଆଣିଲେ ନୀରଜ ଚୋପ୍ରା ।

(୨)ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଲେ, ଟୋକିଓରେ ଲେଖାଗଲା ଇତିହାସ ।ନୀରଜ ଚୋପ୍ରାଙ୍କୁ ମିଳିବ ୬ କୋଟି ଟଙ୍କା ଏବଂ କ୍ଲାସ୍‌-୧ ଚାକିରି ।ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି।ପ୍ରଥମ ଅଲିମ୍ପିକ୍ସରେ ଭାରତକୁ ସର୍ବପ୍ରଥମେ ଟ୍ରାକ୍ ଏବଂ ଫିଲ୍ଡରେ ପଦକ ଦେଇଥିବାରୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି।

(୩) ମୂଖ୍ୟ ଶାସନ ସଚିବ ଓ ୫-ଟି ସଚିବ ଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ । ୫୦ଟି ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ଅକ୍ଟୋବର ସୁଦ୍ଧା ସରିବ। ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନାଗାର ଓ ଖେଳପଡ଼ିଆର ବିକାଶ ହେବ ।

(୪)କାଠଯୋଡ଼ିରେ_ଭାସିଗଲେ ୪ ଯୁବକ।କଟକ ତ୍ରିଶୂଳିଆ ନିକଟ କାଠଯୋଡ଼ି ନଦୀରେ ଭାସିଗଲେ ୪ ଯୁବକ । ବୁଦାରେ ଲାଗିଥିବା ୨ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କଲେ ସ୍ଥାନୀୟ ଲୋକ । ଅନ୍ୟ ୨ ଯୁବକଙ୍କ ମଧ୍ୟରୁ ଜଣେ ମୃତ, ଅନ୍ୟ ଜଣେ ଏବେ ବି ନିଖୋଜ । ନିଖୋଜ ଯୁବକଙ୍କୁ ଠାବ କରିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି।

(୫) ବିଲରେ କାମ କରୁଥିବା ବେଳେ ବଜ୍ରାପାତରେ ଚାଲିଗଲା ୩ ମହିଳାଙ୍କ ଜୀବନ। ୫ରୁ ଅଧିକ ଗୁରୁତର ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।ଆଜି ଏପରି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଓ ବସ୍ତା ବ୍ଲକ ଅଞ୍ଚଳରେ ଘଟିଛି।

(୬)ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପାଖାପାଖି ହଜାରେ ଡେଙ୍ଗୁ କେସ୍। ହଜାରେ କେସ୍ ଭିତରୁ କେବଳ ବିଏମସିରୁ ୭୧୪ଟି କେସ୍ ଚିହ୍ନଟ। ଘରୋଇ ହସ୍ପିଟାଲ ଏଲିସା ପଦ୍ଧତିରେ ଡେଙ୍ଗୁ ଟେଷ୍ଟ କରୁନାହାନ୍ତି।ତେଣୁ ଫଲ୍ସ୍ ପଜିଟିଭ ଅଧିକ ଆସୁଛି- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

(୭)ଯୁକ୍ତ ୨ ଆଡମିଶନ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା-ଗତବର୍ଷ ଅଗଷ୍ଟ ୨୧ରେ +୨ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା।ଚଳିତବର୍ଷ ସପ୍ତାହେ ପୂର୍ବରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ।ଅଫଲାଇନ ପରୀକ୍ଷା ଦେଇଥିବା ପିଲାଙ୍କୁ ବି ଯଥେଷ୍ଟ ସୁଯୋଗ ମିଳିବ।

(୮)ଭାରତରେ ଆଉ ଏକ ଟିକାକୁ ମିଳିଲା ଅନୁମତି। ଜନ୍‌ସନ୍ ଆଣ୍ଡ ଜନ୍‌ସନ୍ ଟିକାକୁ ମିଳିଲା ଅନୁମତି; ଜରୁରୀ ବ୍ୟବହାର ପାଇଁ ଜନ୍‌ସନ୍‌ର ସିଙ୍ଗଲ ଡୋଜ୍ ଟିକାକୁ ମିଳିଲା ଅନୁମତି। ଅନୁମତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ସୂଚନା।

(୯)ଭୁବନେଶ୍ବର ମଞ୍ଚେଶ୍ବର ମୁଣ୍ଡାସାହିରେ ଗଣ୍ଡଗୋଳ ଘଟଣା ରେ ୨୨ ଜଣଙ୍କୁ ଅଟକ ରଖିଲା ମଞ୍ଚେଶ୍ବର ଥାନା ପୋଲିସ।ଗଣ୍ଡଗୋଳ ଆଶଙ୍କା କରି ପୋଲିସ ପାଟ୍ରୋଲିଂ ଜାରି ।ଗତକାଲି ୩୦ ଯୁବକ ମାରଣାସ୍ତ୍ର ଧରି ଆତଙ୍କ ଖେଳାଇ ଥିଲେ।

(୧୦) ତମାମ ବାଦ-ବିବାଦ , ମତାନ୍ତର-ମନାନ୍ତର  ଓ କୋର୍ଟ କଚେରୀ ସତ୍ତ୍ୱେ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଜନ୍ମଦିନ ର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାମୀ ଅନୁଭବ ମହାନ୍ତି । ଆଜି ବର୍ଷାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ। ଏନେଇ ସୋଶାଲ ମିଡିଆରେ ବର୍ଷାଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here