ବ୍ରହ୍ମପୁର , ୧୧/୧୦/୨୦୨୧ , ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପରେ ଗ୍ରାମ୍ୟ ରାଜନୀତିରେ ଏହାର ପ୍ରଭାବ ପଡ଼ିଅଛି । ଶାସକଦଳ ନିଜର ସୁବିଧାରେ ପତିଆରା ଜାହିର କରିବାକୁ ପଞ୍ଚାୟତ ସ୍ତରରେ ବିଭ୍ରାନ୍ତ ସୃଷ୍ଟି କରୁଅଛି । ଏକଦା କଂଗ୍ରେସର ଗଡ ଥିବା ଚିକିଟି ନିର୍ବାଚନ ମଣ୍ଡଳୀରେ ବିକାଶ ନାଁରେ ବିଜେଡି ଶାସନ ଦଳୀୟ କୁଜିନେତା , ଠକ ଦଲାଲ ଠିକାଦାରଙ୍କ ବିକାଶରେ କାମ କରୁଥିବା ଜଣାଯାଇଅଛି । ବିଜେଡି ସମର୍ଥକ ନାଁରେ ସାଧାରଣ ଜନସାଧାରଣଙ୍କୁ ଧମକ ଚମକ ଦେଇ ଭୟଭୀତ କରୁଛନ୍ତି । ପ୍ରଶାସନକୁ ହାତବାରିସି କରି ନାନାଦି ବ୍ଲକ୍, ତହସିଲ ଓ ମେଡିକାଲ ଆଦିରେ ରାହାଜାନୀ କରୁଛନ୍ତି । ପରନ୍ତୁ ଏହିଧାରାର ପାରିସମାପ୍ତି ଘଟାଇ ଚିକିଟିରେ କଂଗ୍ରେସ ତାର ପୂର୍ବବସ୍ଥା ଫେରି ପାଇବା ସହିତ ସାଧାରଣରେ ପ୍ରୀୟଭାଜନ ହେବା ନେଇ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ଆଜି ପାତ୍ରପୁର ବ୍ଲକ୍ ଗସ୍ତ ପରିପ୍ରେକ୍ଷୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଦୀର୍ଘଦିନର ବିଜେଡି ଶାସନରେ ଉଭୟ ଚିକିଟି ଓ ପାତ୍ରପୁର ବ୍ଲକରେ କରାଯାଇଥିବା ବିକାଶ ମୂଳକ କାର୍ଯ୍ୟଧାରାରେ ହୋଇଥିବା ଦୁର୍ନୀତି ଓ ଭ୍ରଷ୍ଟାଚାରର ପେଢ଼ିଖୋଲି କଂଗ୍ରେସ ସମସ୍ତ ଆସନରେ ପ୍ରାର୍ଥୀ ଦେବା ସହ ପଞ୍ଚାୟତ ନିର୍ବାଚନରେ ନିଜ ସଫଳତା ଜାହିର କରିବା ନେଇ ଶ୍ରୀ ଜେନା ସୂଚନା ଦେଇଛନ୍ତି । ପବିତ୍ର ଶାରଦୀୟ ନବରାତ୍ରୀ ଶକ୍ତିପୂଜନ ଅବସରରେ ଆଜି ସୋମବାରରେ ପାତ୍ରପୁର ବ୍ଳକ ଗସ୍ତ କରି ବି ନୂଆଗାଁରେ ସ୍ଥାନୀୟ କଂଗ୍ରେସ କର୍ମୀ ଶଙ୍କର ରେଡ୍ଡୀଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିବା ବେଳେ କର୍ମୀଙ୍କ ଗହଣରେ ଜୟନ୍ତିପୁର ଗ୍ରାମରେ ଥିବା ସୁବାଷ ବୋଷ , ଦିବାକର ପଟ୍ଟନାୟକ ଓ ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ଚୁଡ଼ିଆଲାଞ୍ଜୀ ଗ୍ରାମରେ ସ୍ଥାପିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ଜରଡାଗଡ ଗସ୍ତରେ ପାର୍ଥସାରଥୀ ମନ୍ଦିର ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ । ପାତ୍ରପୁର ପରିଦର୍ଶନ କରି ବଜାରସାହି ସ୍ଥିତ ମହିୟସୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହିତ ଉପସ୍ଥିତ କଂଗ୍ରେସ ପ୍ରେମୀ ବୁଦ୍ଧିଜୀବୀଙ୍କ ପ୍ରତି ଦଳୀୟ ଚିନ୍ତାଧାରାରେ ସ୍ଲୋଗାନ ଦେଇଥିଲେ ।
ପାତ୍ରପୁର କଂଗ୍ରେସ ନେତା ଶଙ୍କର ଅଧିକାରୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାତ୍ରପୁର ଓ ଚିକିଟି ବ୍ଲକ୍ କଂଗ୍ରେସର ସକ୍ରିୟ କର୍ମୀ ଓ କାର୍ଯ୍ୟକର୍ତ୍ତା ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ଅବନୀ ଶତପଥୀ , ବନଜା ପଣ୍ଡା , ଚିନ୍ମୟ ହୋତା ,ଚିକିଟି ବ୍ଲକ୍ ସଭାପତି କ୍ଷମା ସାଗର ମହାରଣା ,ସଂଗ୍ରାମ ରାଉତ , କାଳିଆ ଅଧିକାରୀ ,ରବି,ଅର୍ଜୁନ ମହାନ୍ତିଙ୍କ ସହ କଂଗ୍ରେସର ବହୁ ପ୍ରମୁଖ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରି ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ରଣକୌଶଳ ସ୍ଥିର କରାଯିବାକୁ ଗୁରୁତ୍ୱାରୋପ କରିଥିଲେ ।
Home ବ୍ରହ୍ମପୁର ସ୍ପେଶାଳ ଚିକିଟି ନିର୍ବାଚନ ମଣ୍ଡଳୀ ପଞ୍ଚାୟତ ନିର୍ବାଚନ ନିର୍ବାଚନ କାଉଣ୍ଟ ଡାଉନ୍ । ଜିଲ୍ଲା କଂଗ୍ରେସ ସଭାପତି...