ବିଶ୍ବ ଗଣ୍ଠି ବାତ ଦିବସ ପାଳିତ

0
362

ବ୍ରହ୍ମପୁର,୧୨/୧୦/୨୦୨୧: ସ୍ଥାନୀୟ ଉତ୍କଳ ଆଶ୍ରମ ରୋଡସ୍ଥିତ ପାତ୍ର ହସ୍ପିଟାଲ ପରିସର ରେ ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସକଂର୍ଷଣ ପାତ୍ର ଙ୍କ ସଭାପତିତ୍ବରେ “ବିଶ୍ବ ଗଣ୍ଠିବାତ ଦିବସ” ପାଳିତ ହୋଇ ଯାଇଛି। ଡକ୍ଟରସ୍ ଫୋରମ୍ ର ବରିଷ୍ଟ ସଭ୍ୟ ଡା.ରାଜେନ୍ଦ୍ର ପ୍ରଧାନ ପ୍ରଦିପ ପ୍ରଜ୍ବଳନ କରି ଏହାକୁ ଉଦ୍ଘାଟନ କରିଥିଲେ॥ଏଥିରେ ବାହୁମୂଖୀ ସମାଜ ମଙ୍ଗଳ କେନ୍ଦ୍ର ସଭାପତି ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଣ୍ଠି ବାତ ରୋଗର ପ୍ରାବଲ୍ୟ ଓ ଏହାର ନିରାକରଣ ପାଇଁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ଡକ୍ଟରସ୍ ଫୋରମ୍ ର ସଂପାଦକ ଡା.ଅତୁଲ୍ୟ କୁମାର ପଟ୍ଟନାୟକ ଗଣ୍ଠି ବାତର କାରଣ ଓ ଏହାର ଉପଚାର ସଂପର୍କରେ ବକ୍ତବ୍ୟ ଦେଇ ନିୟମିତ ବ୍ୟାୟାମ ,ଦିନଚର୍ଯ୍ୟା ଓ ସନ୍ତୁଳିତ ଖାଦ୍ୟର ଭୁମିକା ଉପରେ ଆଲୋକପାତ କରିଥିଲେ॥ ସଭାପତି ଡାକ୍ତର ସଂକର୍ଷଣ ପାତ୍ର ଏହି ଦିବସ ପାଳନର ତାପ୍ତର୍ଯ୍ୟ ଓ ଜନସଚେନତାର ଆବଶ୍ୟକ ବିଷୟରେ କହିଥିଲେ। ଏହାପରେ ଏକ ସଚେତନା ଶୋଭାଯାତ୍ରାର ଆୟୋଜନ ହୋଇଥିଲା।ପରିଶେଷରେ କୋଷାଧ୍ଯକ୍ଷ ଡା.ସମରେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଅସ୍ଥିଶଲ୍ୟ ମଂଚ, ଡକ୍ଟରସ୍ ଫୋରମ୍, ବହୁମୁଖି କେନ୍ଦ୍ର ଓ ବନ୍ଦେମାତରମ୍ ଗୋଷ୍ଠିର ବହୁ ସଦସ୍ୟ ଙ୍କ ସମେତ ବହୁ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ଇପ୍କା ଫାର୍ମା ପ୍ରୟୋଜିତ କରିଥିଲେ।

LEAVE A REPLY

Please enter your comment!
Please enter your name here