“ହାଏରେ ହାଏ ତୋ ମଥା ବିନ୍ଦି” ନାମରେ ଆଧୁନିକ ସଙ୍ଗୀତର ଶୁଭାରମ୍ଭ

0
161

ବ୍ରହ୍ମପୁର,୨୨/୧୧/୨୦୨୧: ଆୟାନସ କ୍ରିଏସନ ପକ୍ଷରୁ ରବିବାର ରାଜ୍ଇନ୍ ହୋଟେଲ ସମ୍ମିଳନୀ କକ୍ଷରେ ‘ହାଏରେ ହାଏ ତେ ମଥା ବିନ୍ଦି’ ନାମରେ ଏକ ଆଧୁନିକ ସଙ୍ଗୀତ ୟୁଟ୍ୟୁବ୍ ଜରିଆରେ ଶୁଭାରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥିରୂପେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ବଡ଼ କୁଶସ୍ତଳୀ ଗ୍ରାମ ସ୍ଥିତ ସମବାୟ ସମିତିର ସମ୍ପାଦିକା ତଥା ଗାୟିକା ଲିଲି ମହାରଣା ଓ ଖ୍ୟାତନାମା ଗାୟକ ସ୍ଵୟଂ ପାଢ଼ୀ ଏଥିରେ କଣ୍ଠଦାନ କରିଛନ୍ତି । ସଙ୍ଗୀତ ନିର୍ଦ୍ଦେଶନାରେ ଭଦ୍ରକ କଲେଜର ଅଧ୍ୟାପକ ପ୍ରଫେସର ଚିଦାନନ୍ଦ ଦାସ, ଲିପୁନ୍ ସହଯୋଗ କରିଥିବା ବେଳେ ପ୍ରବୀଣ କମାର ଏହାର ସଙ୍ଗୀତ ରଚନା କରିଛନ୍ତି । ଏହି ଅବସରରେ ସମ୍ମାନୀତ ଅତିଥିଭାବେ ସଙ୍ଗୀତ ପ୍ରେମୀ ତଥା ବିଜେଡ଼ି ରାଜ୍ୟ ସମ୍ପାଦକ ସୁବାସ ମହାରଣା, କାଲାଞ୍ଜଳୀ ଟ୍ରଷ୍ଟର ମୁଖ୍ୟ ପରିଚାଳିକା ରାମେଶ୍ଵରୀ ନନ୍ଦ, ଗାୟିକା ଲିଲିଙ୍କ ଶ୍ୱଶୁର କୃଷ୍ଣଚନ୍ଦ୍ର ମହାରଣା, ସ୍ଵାମୀ ଲୋକନାଥ ମହାରଣା, ଓ ବରିଷ୍ଠ ସାମ୍ବାଦିକ ତଥା କଳାକାର ସୁଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ । କାହ୍ନ ରାଉତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଏଠାରେ କେକ୍ କଟିଂ କାର୍ଯ୍ୟକ୍ରମ ସହ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ଯରେ ଗାୟକ କେ,ରାମନାଥ, ଭଗବାନ ପଣ୍ଡା, ଶିବ ଶଙ୍କର ଷଡ଼ଙ୍ଗୀ, ସ୍ୱପ୍ନା ରାଣୀ ମିଶ୍ର, ମୀରା ପଣ୍ଡା, ରଜନୀକାନ୍ତ, ସୁଶାନ୍ତ ପାତ୍ର, ରାଜନ, ପ୍ରସନ୍ନ ଓ ଅଭିନାଶ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here