ଗୋଳନ୍ଥରା ଥାନା ହାଜତ ମୃତ୍ୟୁ ଘଟଣା…. ହତ୍ୟା ମାମଲା ରୁଜୁ ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବୀରେ ବିଜେପିର ସ୍ମାରକ ପତ୍ର ପ୍ରଦାନ

0
788

ରଙ୍ଗେଇଲୁଣ୍ଡା,୦୨/୧୨/୨୦୨୧: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରଙ୍ଗିପୁର ଗାଁର ଗଣେଷ ଡାକୁଆଙ୍କ ଗତ ମେ ମାସ ୩ ତାରିଖ ଗୋଳନ୍ଥରା ଥାନା ମହିଳା ଶିଶୁ ଡେସ୍କ ମଧ୍ୟରେ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ଘଟଣାରେ ତତ୍କାଳୀନ ଥାନା ଅଧିକାରୀ ବାବୁଲି ନାୟକ, ବ୍ଲକ ସଭାପତି ତଥା ଉପାଧ୍ୟାକ୍ଷ ଅଜିତ କୁମାର ଦାଶ,ସମେତ ୫ ଜଣଙ୍କ ନାଁରେ ଗତ ୨୭ ତାରିଖରେ ପୋଲିସ ହତ୍ୟା ମାମଲା ରୁଜୁ କରିବା ପରେ ମଧ୍ୟ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରୁନଥିବା ପ୍ରତିବାଦ କରି ଆଜି ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଈଲୁଣ୍ଡା ବ୍ଲକ ବିଜେପି ପକ୍ଷରୁ ଗୋଳନ୍ଥରା ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯଇଛି l ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସୁଭାଶିଷ ସାହୁ ଓ ଗୋଳନ୍ଥରା ମଣ୍ଡଳ ସଭାପତି ସନତ କୁମାର ନାୟକ ନେତୃତ୍ୱରେ ବିଜେପି କର୍ମୀ ଓ ନେତା ମାନେ ଆଜି ଦିନ ସାଢେ ଗୋଟାଏ ବେଳେ ଥାନାରେ ପହଞ୍ଚି ଥିଲେ । ହାଜତ ମୃତ୍ୟୁରେ ସମ୍ପୃକ୍ତ ଅଭିଯୁକ୍ତ ମାନେ ଖୁଲୁମଖୁଲା ବୁଲିବା ସହ ଦଳୀୟ ସଭା ସମିତିରେ ଯୋଗଦେଉଛନ୍ତି l ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ନିରବ ରହିବା ନାନା ସନ୍ଦେହ ସୃଷ୍ଟି କରୁଥିବା ବେଳେ ଉପାଧ୍ୟାକ୍ଷ ଶାସକ ଦଳର ହୋଇଥିବା ଯୋଗୁଁ ପୋଲିସ ଗିରଫ କରୁନଥିବା ବିଜେପି ନେତା ମାନେ ଅଭିଯୋଗ କରିଛନ୍ତି l ପୋଲିସ ନିରପେକ୍ଷ ଓ ନିଷ୍ଠାପର ଭାବରେ ସମ୍ପୃକ୍ତ ଥିବା ଅଜିତ କୁମାର ଦାଶ ଓ ଅମିତ କୁମାର ଦାଶଙ୍କୁ ଯଥାଶୀଘ୍ର ଗିରଫ କରୁ,ଗିରଫ କରିବାରେ ଯଦି ଟାଳ ଟୁଳ ନୀତି ଅବଲମ୍ବନ କରିବ ତେବେ ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଓଲ୍ହାଇବା ସହ ଗୋଳନ୍ଥରା ଥାନା ଘେରାଉ କରାଯିବ ବୋଲି ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି ଜଗମୋହନ ପାତ୍ର କହିଛନ୍ତି l ଅନ୍ୟ ପଟେ ଥାନା ଅଧିକାରୀ ଅନୁପସ୍ଥିତ ଥିବା ଯୋଗୁଁ ସେକେଣ୍ଡ ଅଫିସର ପବିତ୍ର ମୋହନ ଦଳେଇ ଦାବିପତ୍ର ଗ୍ରହଣ କରିଥିବା ଜଣାପଡିଛି l ଅନ୍ୟ ମାନଙ୍କ ମଧ୍ୟରେ ୫୪ ନମ୍ବର ଜୋନ ତୁଳୁ ମଣ୍ଡଳ ସଭାପତି ବ୍ରଜମୋହନ ନାୟକ,ବରିଷ୍ଠ ନେତା ରଜତ କୁମାର ପଣ୍ଡିତ, ଯୁବନେତା ଗୋପୀନାଥ ମହାରଣା, ସୁନୀଲ କୁମାର,ଆମେରେନ୍ଦ୍ର ଜେନା, ଅନାମ ପ୍ରଧାନ, ଟୁନା ଜେନା,କୋକେୟା ପାତ୍ର ଅଜୟ ଦଳେଇ, ବୁଲୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here