ସାନଖେମୁଣ୍ଡିର କଉଡ଼ିଆ ପଞ୍ଚାୟତରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଭତ୍ତା, ପଟ୍ଟା ଓ କାର୍ଯ୍ୟାଦେଶ ବଣ୍ଟନ

0
268

ବ୍ରହ୍ମପୁର, ୧୧/୦୧/୨୦୨୨: ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ,ବ୍ରହ୍ମପୁର ଉପଜିଲ୍ଲାପାଳ ଭି ,କୀର୍ତ୍ତି ଭାସନ ମିଳିତ ଭାବେ ଆଜି ସାନଖେମୁଣ୍ଡି ବ୍ଲକ୍ ଗସ୍ତରେ ଆସି କଉଡ଼ିଆ ପଞ୍ଚାୟତରେ ଅନୁଷ୍ଠିତ ” ମୋ ଗାଁରେ ତହସିଲ “ଏବଂ ” ମୋ ଆବେଦନ ” କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ସାନଖେମୁଣ୍ଡି ତହସିଲ ଓ ବ୍ଲକ୍ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ପଟ୍ଟା , ସାମାଜିକ ସୁରକ୍ଷା ଭତ୍ତା ସହିତ ଆବାସ ଯୋଜନାରେ ଚୟନ ହୋଇଥିବା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି । ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ,ତହସିଲଦାର ଡ଼ .ଶ୍ରୀନିବାସ ବେହେରାଙ୍କ ସହ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିବା ବେଳେ ଉଭୟ ସରପଞ୍ଚ ଏବଂ ସମିତିସଭ୍ୟ ଗ୍ରାମ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here