ଦକ୍ଷିଣାଞ୍ଚଳ ଆଇ ଜିଙ୍କ ଗୋଳନ୍ଥରା ଥାନା ପରିଦର୍ଶନ ସହ ନିର୍ବାଚନୀ ଶାନ୍ତି ଶୃଙ୍ଖଳା ଜନିତ ପ୍ରସ୍ତୁତି ସମୀକ୍ଷା ।

0
462

ବ୍ରହ୍ମପୁର, ୧୭/୦୨/୨୦୨୨: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶୁକ୍ରବାର ୧୮ତାରିଖରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରସ୍ତୁତି ବୈଠକ ଆଜି ଗୋଳନ୍ଥରା ଥାନା ପରିସରରେ ଅନୁଷ୍ଟିତ ହୋଇଥିଲା । ବିଭିନ୍ନ ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେଉଥିବାରୁ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ବୈଠକରେ ଉପସ୍ଥିତ ରହି ବିଭିନ୍ନ ଲୋକଙ୍କ ପାଖରେ ପହଞ୍ଚି ସମସ୍ୟା , ବୁଥ ମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ନେଇ ଗୁରୁତ୍ୱାରୋପ କରିବା ସହିତ ଗୋଳନ୍ଥରା ଥାନାକୁ ଯାଇ ସମୀକ୍ଷା କରିଥିଲେ । ଡି ଆଇ ଜି ଙ୍କ ସହ ବ୍ରହ୍ମପୁର ଏସପି ପିନାକ ମିଶ୍ର ଉପସ୍ଥିତ ରହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏଏସପି ଅସୀମ ପଣ୍ଡାଙ୍କ ସମେତ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ଏବଂ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଉପସ୍ଥିତ ଥିଲେ । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ କେନ୍ଦ୍ର ଗୁଡିକରେ ପଇଁତରା ମାରିବା ସହ ମତଦାତାଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବୁଥ ଜବରଦଖଲକାରୀଙ୍କୁ ଜଗିବା ନିମନ୍ତେ ପ୍ରସ୍ତୁତି ଜୋରଦାର କରିବା ଇତ୍ୟାଦି ନେଇ ତଦାରଖ କରିବା ପାଇଁ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here