ଡ଼କାୟତି ଉଦ୍ୟମ ଅଭିଯୁକ୍ତ ୫ ଜଣ ଙ୍କୁ କୋର୍ଟ ଚାଲାଣ ।

0
534

ବ୍ରହ୍ମପୁର ,୦୩/୦୩/୨୦୨୨ :
ଗୋଳନ୍ଥରା ଥାନା ଅଧୀନ କନିସି ହାଟ ପୁଲିସ ପେଟ୍ରୋଲିଂ ସମୟରେ ନିକଟ ଏକ ସାହିରେ କିଛି ଦୁର୍ବୃତ ଡ଼କାୟତି ଉଦ୍ୟମ କରୁଥିବା ନେଇ ପୁଲିସ ଖବର ପାଇଥିଲେ ।ଏଥିନେଇ ପୁଲିସ ପହଞ୍ଚି ଚଢ଼ାଉ କରି ୫ଜଣଙ୍କୁ କାବୁ କରିଥିଲେ । ପୁଲିସ ପହଞ୍ଚିଥିବା ଦେଖି ବୋମା , ମାରଣାସ୍ତ୍ର ଧରି ପୁଲିସକୁ ଆକ୍ରମଣ କରି ଖସି ଯିବା ପାଇଁ ଉଦ୍ୟମ କରିଥିଲେ , କିଛି ସମୟ ପରେ ପୁଲିସ ଧରିବାରେ ସକ୍ଷମ ହୋଇଥିଲା । ଅଞ୍ଚଳରେ ଖୋଜାଖୋଜି ପରେ ଆଉ କିଛି ମାରଣାସ୍ତ୍ର , ବୋମା , ଲୁହାରଡ଼ , କାତି , ଆଉକିଛି ଅପରାଧିକ ଜିନିଷ ଧରିଥିଲେ। ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତରୁ ଉକ୍ତ ଦଳଙ୍କ ଗୋପାଳପୁର , ବିଏନପୁର , ବଡ଼ବଜାର , ବ୍ରହ୍ମପୂର ସଦର ଆଦି ଥାନା ଅଞ୍ଚଳରେ ୭ମାସ ପୂର୍ବେ ଅପରାଧିକ କାର୍ଯ୍ୟକଳାପ ଲିପ୍ତ ଥିବା ସ୍ଵିକାରୋକ୍ତି କରିଛନ୍ତି । ପୂର୍ବରୁ ଚୋରି କରିଥିବା ସାମଗ୍ରୀ ମଧ୍ୟରୁ ୪୦ଗ୍ରାମ ସୁନା , ୨କେଜି ୬ଶହ ଗ୍ରାମ ରୂପା , ଖୁଚୁରା ପଇସା ୫ହଜାର ଟଙ୍କା , ୧୫ହଜାର ନୋଟ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରା ଯାଇଛି। ଅଭିଯୋଗରେ ଗୋଳନ୍ଥରା ପୋଲିସ ୫ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l  ପୋଲିସ ସୂଚନା ଅନୁଯାୟୀ ଗିରଫମାନେ ହେଲେ ସୁକୁଣ୍ଡା ଏନାଦ୍ରୀ ସାହିର ସିଏଚ୍. ରାମବାବୁ (୨୧), ଏସ.ଶ୍ରୀନୁ,(୧୯) ଏସ୍.ଗଣେଶ(୪୦),ସିଏଚ. ସେନାବାବୁ (୧୯),ଓ ପି.ନରସିଂହ ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳର ବୋଲି ଜଣାପଡିଛି l ଥାନା କେଶ ନଂ ୮୦/୨୨ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here