ଖଇର ରେ ପୁଣି ଅଗ୍ନିକାଣ୍ଡ, ଗ୍ରାମବାସୀ ଆତଙ୍କିତ।

0
261

ପାତ୍ରପୁର ,୧୫/୦୩/୨୦୨୨:
ପାତ୍ରପୁର ବ୍ଳକ ଅନ୍ତର୍ଗତ ଖଇର ଗ୍ରାମରେ ଗତ ୧୦ ତାରିଖରେ ଅଗ୍ନି କାଣ୍ଡ ଘଟି ୪ ଟି ଗୁହାଳ ପୋଡ଼ି ଯାଇଥିବା ବେଳେ ସୋମବାର ରାତିରେ ପୁଣି ଅଗ୍ନି କାଣ୍ଡ ଘଟି ବିପିନ ପ୍ରଧାନ, ନରି ପ୍ରଧାନ ଙ୍କ ଗୁହାଳ ଓ ଗଣି ପ୍ରଧାନ ଙ୍କ ପାଳ ଗଦା ପୋଡ଼ି ଧ୍ଵଂସ ହୋଇଯାଇଛି। ଗ୍ରାମବାସୀ ଓ ଅଞ୍ଚଳ ବାସି ପ୍ରଥମେ ନିଆଁ ଲିଭାଇବାକୁ ଚେଷ୍ଟା କରି ଦମକଳ ବାହିନୀ କୁ ଖବର ଦେଇଥିଲେ। ପାତ୍ରପୁର ଦମକଳ ସୋମନାଥ ପୁର ପାଳଗଦା ଲିଭାଇବା ପାଇଁ ଯାଇଥିବା ହେତୁ ଚିକିଟି ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥଲେ। ସପ୍ତାହକ ମଧ୍ୟରେ ଦୁଇ ଦୁଇ ଥର ଅଗ୍ନି କାଣ୍ଡ ଦେଖି ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ଏହା ଆକ୍ରୋଶ ମୂଳକ ନା କୌଣସି ଭୌତିକ କାଣ୍ଡ ଗ୍ରାମବାସୀ ସନ୍ଦେହ ଘେରରେ ପଡିଛନ୍ତି।

LEAVE A REPLY

Please enter your comment!
Please enter your name here