ଅପହରଣ ମାମଲା ରେ ଅଭିଯୁକ୍ତ ଙ୍କୁ ରିମାଣ୍ଡରେ ଆଣିଲା ଗୋଳନ୍ଥରା ପୋଲିସ

0
200

ବ୍ରହ୍ମପୁର,୨୧/୦୩/୨୦୨୨:
ଗୋଳନ୍ଥରା ଥାନା ଅନ୍ତର୍ଗତ ଜାନୁୟାରୀ ୩ତାରିଖରେ ସନ୍ଧ୍ୟା ବେଳେ ଘଟିଥିବା ଦୁଇଜଣଙ୍କ ସହ ହୋଣ୍ଡା ଭେରନା କାର ଅପହରଣ ୫ମୋବାଇଲ୍ , ଆଇପଡ଼ ସହ କିଛି ନଗଦ ଟଙ୍କା ଲୁଟ୍ ମାମଲା ରେ ଦୁଇ ଦିନ ଧରି ପୁଲିସ ଏପର୍ଯ୍ୟନ୍ତ କୌଣସି ଟେର ପାଇନଥିଲେ ମଧ୍ୟ ଛାନ ଭିନ୍ ଚଳାଇଥିଲା।ବ୍ରହ୍ମପୁର ଅନ୍ଧପସରା ରୋଡ ରେ ଲୁଟେରା ଗ୍ୟାଙ୍ଗ ଛାଡ଼ି ଚାଲି ଯାଇଥିବା କାର କୁ ଜବତ କରିଥିଲା। ପ୍ରକାଶ ଥାଉକି ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଏକ କାର ଫେସନ୍ ସହିତ ଡିଜାଇନର ଏଜେନ୍ସି ମାଲିକ ଶେଖ୍ ଶହ୍ୱନାଜ୍ ସାଙ୍ଗରେ ଆସିଥିବା ଦିବ୍ୟସ୍ମୃତି ସାହୁ ମିଶି ଆସିଥିଲେ। ଇଣ୍ଟରରେର ଡିଜାଇନର କାମରେ ଦିବ୍ୟ ସାହାଯ୍ୟ କରନ୍ତି। ଲଉଡ଼ି ଗ୍ରାମ ନିକଟସ୍ଥ ଆଇଜର ଏକାଡେମୀ ର ଏକ ବ୍ୟକ୍ତି ବାରମ୍ବାର ଏଠାରେ କାମ କରିବାକୁ ଡ଼କାଇ ଥିଲେ। ବାଧ୍ୟ ହୋଇ ଜାନୁୟାରୀ ୩ତାରିଖ ସନ୍ଧ୍ୟା ବେଳକୁ କନିଶି ହାଟ ନିକଟରେ ଲୁଟେରା ଗ୍ୟାଙ୍ଗ ଜଗି ରହିଥିଲେ। ରାସ୍ତା ଦେଖାଇବା ବାହାନାରେ ଡ଼ାକି ନେଇ ନିଛାଟିଆ ଅଧାରାସ୍ତା ରେ ଅଟକାଇ ଲଙ୍କା ଗୁଣ୍ଡ ପକାଇ ମାଉଜର ଦେଖାଇ ଅପହରଣ କରି ନେଇଥିଲେ। ଏମାନଙ୍କୁ ଲୁଟେରା ମାନେ ୩୦ଲକ୍ଷ ଟଙ୍କା ଡିମାଣ୍ଡ କରୁଥିବା ଅଭିଯୋଗ କରିଛନ୍ତି ଶେଖ୍ ଶୱାନଜ । ଦୁହିଁଙ୍କୁ ପଛପଟୁ ହାତ ବାନ୍ଧି ରାତିସାରା ବୁଲାଉଥିବା ନେଇ ଦୁହେଁ ଅଭିଯୋଗ କରିଥିଲେ। ଦୁହେଁ ଗେଟ ବଜାର ଛକ ନିକଟରେ ଜନଗହଳି ପରିଲକ୍ଷିତ ହୋଇଥିବାରୁ କାର ଟି ଧୀର ଗତି ହେବାରୁ ଖସିଯାଇଥିଲେ।ବଡ଼ ବଜାର ଥାନା ପରେ ଗୋଳନ୍ଥରା ରେ ଏତଲା ଦେଇଥିଲେ। ଅନ୍ଧପସରା ରୋଡ଼ ନିକଟରେ କାର ଟିକୁ ଛାଡି ପଳାଇଥିଲେ। ପୁଲିସ ଥାନାରେ ଏକ କାର ଜବତ କରିଥିଲା ପୁଲିସ। ଯାହାର ନଂ ଓଡ଼ି ୦୨ପି ୪୫୭୭ ।ନିଜେ ବ୍ୟବହୃତ ଅନ୍ୟ ଏକ କାର ଟି ମଧ୍ଯ ଜବତ କରିଥିଲା ପୁଲିସ। ଏମାନେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ରେ ଏକ ଅପହରଣ ମାମଲାରେ ୪ଜଣଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ ଗୋଳନ୍ଥରା ଥାନା ଆବେଦନ କରିଥିଲା।
ଅପରାଧୀ ମାନେ ହେଲେ ଧନେଶ୍ଵର ପାତ୍ର ଓଡ଼ଗାଁ, ରାମକୃଷ୍ଣ ରାଓ ବ୍ରହ୍ମପୁର ବିଜିପୁର, ସନ୍ତୋଷ କୁମାର ରାଉତ ସମ୍ବଲପୁର, ଶେଖ୍ ମୁସ୍ତାକ ଅଲ୍ଲୀ, ଖଣ୍ଡଗିରି ଅଞ୍ଚଳର ବୋଲି ଜଣାପଡିଛି।ଏମାନେ ଗତ ମାସ ୨ତାରିଖରେ ଏହିପରି ଅପହରଣ ମାମଲାରେ ଧରା ପଡ଼ିଥିଲେ। ସେମାନଙ୍କୁ ଗୋଟିଏ ଦିନ ଗୋଳନ୍ଥରା ଥାନା ରେ ଏବଂ ୪ଦିନ ଜୁଡିସିଆଲ ରିମାଣ୍ଡ ରେ ଆଣୁଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ଗୋଳନ୍ଥରା ଥାନା କୁ ଅପରାଧୀ ମାନଙ୍କୁ ଧରିବାରେ ଲକ୍ଷ୍ମୀସାଗର ଜରିଆରେ ମଉକା ମିଳିଗଲା ଅପରାଧୀଙ୍କୁ ଧରିବାରେ, ଯାହାକି ଗୋଳନ୍ଥରା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ଥିଲା।

LEAVE A REPLY

Please enter your comment!
Please enter your name here