ଜିଲ୍ଲା ସ୍ତରୀୟ ବିଶ୍ଵ ବନ ଦିବସ- ୨୦୨୨ ପାଳିତ

0
169

ବ୍ରହ୍ମପୁର,୨୨/୦୩/୨୦୨୨: ସ୍ଥାନୀୟ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ବିଶ୍ଵ ବନ ଦିବସ ବ୍ରହ୍ମପୁର ବନଖଣ୍ଡ ଦ୍ଵାରା ପାଳିତ ହୋଇଯାଇଛି । ବ୍ରହ୍ମପୁର ଡ଼ିଏଫଓ ଶ୍ରୀ ଅମ୍ଳାନ ନାୟକଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର, ଆଇଏଫଏସ, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ବ୍ରହ୍ମପୁର ଯୋଗ ଦେଇ ଜଙ୍ଗଲର ବନ ସୁପରିଚାଳନା ଦ୍ଵାରା ଗ୍ରାମାଞ୍ଚଳର ଅଧିବାସୀ ମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବାରେ ବୃକ୍ଷର କିଭଳି ଭୂମିକା ରହିଛି କହିଥିଲେ । ପଣସ, ଜାମୁକୋଳି ଇତ୍ୟାଦି ଗଛ ଲଗାଇବା ଦ୍ଵାରା କିଭଳି ଲୋକେ ସେଥିରୁ ଆର୍ଥିକ ଉପାର୍ଜନକ୍ଷମ ହୋଇପାରିବେ ସେ ବିଷୟରେ ବୁଝାଇଥିଲେ । ସମ୍ମାନିତ ଅତିଥି ରୂପେ ଶ୍ରୀ ପ୍ରଭାକର ନାୟକ ଏସିଏଫ ଘୁମୁସୁର ଦକ୍ଷିଣ ବନଖଣ୍ଡ ଭଞ୍ଜନଗର, ବନ୍ୟପ୍ରାଣୀ ତତ୍ବାବଧାରକ ଶ୍ରୀ ଶୂଳପାଣି ଶତପଥି, ଇକୋ କ୍ଲବ ଜିଲ୍ଲା ସଂଯୋଜକ ଡଃ. ଶଙ୍କର ନାରାୟଣ ବେଜ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ । ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ଵାରା ସବ ଡିଭିଜନ ସ୍ତରୀୟ ସର୍ବୋତମ ଗ୍ରାମ ପଂଚାୟତ ଏବଂ ବିଦ୍ୟାଳୟ ମାନଙ୍କୁ ସେମାନଙ୍କ ଉଲେଖ୍ଯନୀୟ ବନୀକରଣ ଓ ସୁରକ୍ଷା ନିମନ୍ତେ ପୁରସ୍କାର ସ୍ୱରୂପ ଯଥା ରୂପେ ଟ. ୨୦,୦୦୦, ଓ ୧୦,୦୦୦ ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ପାଇଁ ଛତ୍ରପୁର ସବ ଡିଭିଜନ ର ସର୍ବୋତମ ପଞ୍ଚାୟତ ରୂପେ କାଇଁଚପୁର ଗ୍ରାମ ପଞ୍ଚାୟତ ଏବଂ ଭଞ୍ଜନଗର ସବ ଡିଭିଜନ ପାଇଁ କୋକୋଳବା ଗ୍ରାମ ପଂଚାୟତ ପୁରସ୍କାର ପାଇଥିଲେ । ସର୍ବୋତମ ଶିକ୍ଷା ଅନୁଷ୍ଠାନ ରୂପେ ଛତ୍ରପୁର ସବ ଡିଭିଜନ ର ଖଣ୍ଡଦେଉଳି ଊଚ୍ଚ ବିଦ୍ୟାଳୟ ଓ ଭଞ୍ଜନଗର ପାଇଁ ଏନ ପି ନୋଡାଲ ଊଚ୍ଚ ବିଦ୍ୟାଳୟ ଜଗନ୍ନାଥପ୍ରସାଦ ଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଚେକ , ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରଯାଇଥିଲା । ପରିଶେଷରେ ଶ୍ରୀ ଅଶୋକ କୁମାର ବେହେରା ଏସିଏଫ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏସିଏଫ ଶ୍ରୀମତୀ ଏ. ମାଧବିଲତା, ଶ୍ରୀ ବିଜୟ କୁମାର ପଣ୍ଡା , ରେଞ୍ଜ ଅଫିସର ଶ୍ରୀ ଦିଲ୍ଲୀପ କୁମାର ମାର୍ଥା , ଶ୍ରୀ ରଜତ କୁମାର ମିଶ୍ର , ଶ୍ରୀ କାହ୍ନୁ ଚରଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଏସିଏଫ ଶ୍ରୀ ତ୍ରିନାଥ ପଟ୍ଟନାୟକ , ଶ୍ରୀ ଦିଗାମ୍ବର ପାତ୍ର ଓ ଶ୍ରୀ ଦିଗାମ୍ବର ହୋତା ପରିଚାଳନା କରିଥିଲେ । ଜଙ୍ଗଲ ବିଭାଗର ସମସ୍ତ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here