ଚୈତ୍ର ପ୍ରଥମ ମଙ୍ଗଳବାର ଦିନ ଠାରୁ ସର୍ବସାଧାରଣ ଦର୍ଶନ ଦେଲେ ମାଁ ସିଦ୍ଧ ଭୈରବୀ ।

0
245

ବ୍ରହ୍ମପୁର,୨୨/୦୩/୨୦୨୨:କରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ବନ୍ଦ ରହିଥିଲା ମନ୍ତ୍ରିଡି ସ୍ଥିତ ସିଦ୍ଧ ଭୈରବୀ ମନ୍ଦିର।ରାଜ୍ୟରେ ବିଭିନ୍ନ ଦେବାଦେବୀ ମନ୍ଦିର ଖୋଲା ରହିଥିବା ବେଳେ କୋରୋନା ଯୋଗୁଁ ବନ୍ଦ ରହିଥିଲା ମନ୍ଦିର। ପୂର୍ବ ରାତ୍ର ମନ୍ଦିର ସାନିଟାଇଜର କରିଥିଲେ ମଙ୍ଗଳବାର ପ୍ରଥମ ଦିନରେ ମୂଖ୍ୟମନ୍ତ୍ରୀ ଙ୍କ ରାଜନୈତିକ ପରାମର୍ଶଦାତା ଗୋପବନ୍ଧୁ ଦାସ ଉପସ୍ଥିତ ରହି ମନ୍ଦିର ଖୋଲା ଯାଇଥିଲା। ଶ୍ରୀ ଦାସ ମନ୍ଦିର ପରିକ୍ରମା କରି ନୂତନ ମନ୍ଦିର କିପରି ନିର୍ମାଣ ହେବ ତାହା ନେଇ ମନ୍ଦିର କମିଟି ସହିତ ଆଲୋଚନା କରିଥିଲେ। ଦୁଇ ବର୍ଷ ମଧ୍ୟରେ କିପରି ନିର୍ମାଣ କାର୍ଯ୍ୟ ଶେଷ ହେବା ଯାଏ ଏହା ସହିତ ସଂଶ୍ଳିଷ୍ଟ ହେବା ପାଇଁ କହିଥିଲେ।ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ। ଆଲୋଚନା ସମୟରେ ମନ୍ଦିର ପରିଚାଳନା କମିଟି ଏବଂ ରେଡ୍ଡୀ ସଂଘମ୍ କାର୍ଯ୍ଯକର୍ତ୍ତା ଅଞ୍ଚଳର ଗ୍ରାମ୍ୟ କମିଟି ସହ ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷା ସି.ଏଚ.ଉଷାରାଣୀ, ମନ୍ଦିର କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ବୁଢ଼ା ପାଣିଗ୍ରାହୀ, ପ୍ରଶାନ୍ତ ସାହୁ, ଭୈରବ ମହାପାତ୍ର ବିଶ୍ଵନାଥପୁର ସରପଞ୍ଚ ଏସ୍.ଦମୟନ୍ତୀ, କୋଠାର ସିଂ ସରପଞ୍ଚ ଜେ.ଦୁର୍ଯ୍ୟୋଧନ ରେଡ୍ଡୀ, ଡି.ଭରତ, ଏବଂ ହରଡଙ୍ଗ ଗ୍ରାମ୍ୟ କମିଟି, ରେଡ୍ଡୀସଂଘମର ତ୍ରିନାଥ ରେଡ୍ଡୀ, ସିଏଚ୍. ଦିଲେଶ୍ଵର ରେଡ୍ଡୀ, ଡି. ଭରତ ରେଡ୍ଡୀ, କେ.ଡ଼ିଲିଗା ରେଡ୍ଡୀ, ଇ. ସୀମାଦ୍ରି, ପ୍ରମୁଖ ଉପସ୍ଥିତ ଥିଲେ। କମିଟି ଦ୍ୱାରା ମନ୍ଦିର ଭିତର ନିର୍ମାଣ ପାଇଁ ଭଙ୍ଗା କାର୍ଯ୍ୟ ଆରମ୍ଭ କରିଥିଲେ।ବାହାର ସଫା କରିବା ପାଇଁ ଲୋକ ଲଗାଇ ଥିଲେ। ମଙ୍ଗଳବାର ଦିନ ୭ଟାରେ ଖୋଲିବା ବେଳେ ସେବାୟତ ମାନେ ମଧ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଗାମୀ ଦିନରେ ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଛି। ଗତ ଗହଳି ଚହଳି ନଥିଲା ଭକ୍ତ ମାନେ ମୁକ୍ତି ମଣ୍ଡପ ନିକଟରେ ଧୂପଦୀପ ଦେଇ ନଡ଼ିଆ ଭଙ୍ଗା ଯାଉଥିଲା ।ମନ୍ଦିର ଭିତରକୁ ପୂଜା କରିବା ମନା କରିଦେଇଥିଲେ ମନ୍ଦିର କମିଟି। ଏଥର ପଡ଼ୋଶୀ ରାଜ୍ୟର କୌଣସି ଭକ୍ତଙ୍କ ଭିଡ଼ ବେଶ୍ ପରିଲକ୍ଷିତ ହେବା ନେଇ ସେଠାରେ ଦୋକାନୀ ମାନେ କହିଥିଲେ।ମନ୍ଦିର ପୂଜକ ମାନେ କେବଳ ମନ୍ଦିର ଭିତରେ ମାଁ ଙ୍କ ପାଖରେ ବସି ରହିଥିଲେ। ଆନନ୍ଦ ଉଲ୍ଲାସ ସହ ସିନ୍ଦୁର ପାଦୁକା ସହ ଦର୍ଶନ ଭକ୍ତ ମାନେ ପାଇଥିଲେ ଏଥି ପୂର୍ବରୁ ମନ୍ଦିର ଖୋଲୁ ନଥିବା ଯୋଗୁଁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଥିଲେ।ସ୍ଥାନୀୟ ଅଞ୍ଚଳର ଏବଂ ବ୍ରହ୍ମପୁର ସହର କିଛି ଭକ୍ତ ମାନେ ବାହାରୁ ଦର୍ଶନ କରି ଭିତର ମାଁ ଙ୍କୁ ଦର୍ଶନ କରି ନିରାଶ ହୋଇ ଫେରୁଥିଲେ। ଦେଖିବାକୁ ୧୦୮ ମନ୍ଦିର ସହିତ ଜଗନ୍ନାଥ ମନ୍ଦିର ମାଁ ଭୈରବୀ ମନ୍ଦିର ଭିତରକୁ ନିର୍ଦ୍ଵନ୍ଦରେ ଭକ୍ତ ମାନେ ଦର୍ଶନ କରିଥିଲେ ।ମନ୍ତ୍ରୀଡି ସ୍ଥିତ ମାଁ ସିଦ୍ଧ ଭୈରବୀଙ୍କୁ ପ୍ରତ୍ୟେକ ଦିନ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ମାଁଙ୍କ ମନ୍ଦିର ସର୍ବଦା ଖୋଲା ରହିବ।ରାଜ୍ୟରେ ସମସ୍ତ ମନ୍ଦିର ଖୋଲା ଥିବା ବେଳେ କିନ୍ତୁ ମାଁ ଭୈରବୀଙ୍କ ମନ୍ଦିର ଖୋଲି ପାରିନଥିଲା। ପୂଜା ସାମଗ୍ରୀ ବିକ୍ରି କରୁଥିବା ବେପାରୀ ମାନଙ୍କ ମଧ୍ୟରେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି।ପ୍ରଶାସନ କଟକଣା ସତ୍ୱେ ଦର୍ଶନ କରି ଫେରୁଥିଲେ ଭକ୍ତ ବିଶେଷ କରି ଏଣିକି ପଡ଼ୋଶୀ ରାଜ୍ୟ ଆନ୍ଧ୍ରର ଶତାଧିକ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହେବ। ପ୍ରତ୍ୟେକ ସଂକ୍ରାନ୍ତି ଦିନ ଭକ୍ତଙ୍କ ଭିଡ଼ ଜମିବ।ଆଜି କିନ୍ତୁ ଦେଖିବାକୁ ସେମାନଙ୍କୁ ମିଳି ନଥିଲା କେବଳ ଅଞ୍ଚଳର ଶ୍ରଦ୍ଧାଳୁ ମାନେ ଆସି ଧୁପଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ। ଏଣିକି ସର୍ବସାଧାରଣ ଙ୍କ ଦର୍ଶନ ନିମନ୍ତେ ସର୍ବଦା ମନ୍ଦିର ଖୋଲାରହିବ। ବୋଲି କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ସୂଚନା ଦେଲେ।ସ୍ଥାନୀୟ ପୂଜା ସାମଗ୍ରୀ ବିକ୍ରୀ କରୁଥିବା ଦୋକାନୀ ମାନେ ମନ୍ଦିର ଖୋଲିବା ନେଇ କମିଟି ଙ୍କୁ ବେଶ୍ ପ୍ରସଂଶା କରିଛନ୍ତି।ସ୍ଥାନୀୟ ବାସିନ୍ଦା ଏବଂ ଭକ୍ତମାନଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here