ଆଇଆରଇ ପ୍ଳାଣ୍ଟ ପରିସରରେ କାର୍ଯ୍ୟରତ ମହିଳା ଶ୍ରମିକଙ୍କ ମୃତ୍ୟୁ

0
261

ବ୍ରହ୍ମପୁର ,୧୭/୦୪/୨୦୨୨ : ଛତ୍ରପୁର ନିକଟ ମାଟିଖାଲ ଆଇଆରଇ ପ୍ଳାଣ୍ଟ ପରିସରରେ କାର୍ଯ୍ୟ କରୁଥିବା ସମୟରେ ଜନୈକ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଅଛି । ନିକଟବର୍ତ୍ତୀ ମାଟିଖାଲ ଗ୍ରାମର ରମା ପ୍ରଧାନ(୩୪) ରବିବାର ଦିନ ପ୍ଳାଣ୍ଟ ପରିସରରେ ଲୁହା ବୋହି ଆଣୁଥିବା ସମୟରେ ହଠାତ୍ ଲୁହା ଖସି ପଡିବା ଯୋଗୁଁ ଏଭଳି ଘଟଣା ଘଟିଥିବା ଜଣାପଡିଛି । ମହିଳା ଶ୍ରମିକଙ୍କୁ ପ୍ଳାଣ୍ଟ କାର୍ଯ୍ୟରେ ନିୟୋଜିତ କରାଯାଇଥିଲେ ମଧ୍ୟ କୈାଣସି ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏଭଳି ଘଟଣା ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ମୃତ ମହିଳା ଶ୍ରମିକଙ୍କ ଦୁଇଟି ଛୋଟ ଶିଶୁ ରହିଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here