ବ୍ରହ୍ମପୁର,୦୬/୦୮/୨୦୨୨:
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ରୁବିକନ ସ୍କିଲ ଡେଭଲପ୍ମେଣ୍ଟ, ପୁନେର ମିଳିତ ସହଯୋଗରେ ଏକ ୪ଦିନ ବ୍ୟାପି ବ୍ୟବହାରିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସୂଚାରୁ ରୂପେ ସଂପାଦିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅନୁପ୍ରେରଣା ଓ ସ୍ଵାଗତ ଭାଷଣ ସହିତ ଶୁଭାରମ୍ଭ ହୋଇଥିଲା । ବିଶ୍ୱବିଦ୍ୟାଳୟର ୨୩ ଗୋଟି ସ୍ନାତକୋତ୍ତର ବିଭାଗରୁ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ରୁବିକନ ସ୍କିଲ ଡ଼େଭଲପ୍ମେଣ୍ଟର ପ୍ରଶିକ୍ଷକ ଶ୍ରୀମତି ରୀଲା ସାହୁ ଏବଂ ରଶ୍ମିତା ଦେଓ ଛାତ୍ରଛାତ୍ରୀମାନଙ୍କର ଚରିତ୍ରଗଠନ, ବ୍ୟକ୍ତିତ୍ଵ ଗଠନ, ସାକ୍ଷାତକାର ସମ୍ବନ୍ଧିୟ କଳା, ଦଳଗତ ଆଲୋଚନା ତଥା ପ୍ରତିଯୋଗୀତା କ୍ଷେତ୍ରରେ ମନୋଭାବର ବିକାଶ ଆଦି ବିଭିନ୍ନ କ୍ଷେତ୍ରର ବିଶ୍ଳେଷଣ କରିବା ସହିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରଗତିଶୀଳ ହେବା ପାଇଁ ଉଦ୍ବେଗ ସୃଷ୍ଟି କରିଥିଲେ ।
ଏହି ଅବସରରେ କାର୍ଯ୍ୟକ୍ରମର ମୁଖ୍ୟପୁରଧା ଡ଼କ୍ଟର ସୁମନ କଲ୍ୟାଣ ଚୌଧୁରୀ ଚାରିଦିନର ବିବରଣୀ ଉପସ୍ଥାପନ କରିଥିଲେ । ଏହି ନିଯୁକ୍ତି କକ୍ଷର ପ୍ରଫେସର ଇନ୍ ଚାର୍ଜ ପ୍ରଫେସର ବିଭୂତି ଭୂଷଣ ମହାପାତ୍ର କାର୍ଯ୍ୟକ୍ରମର ଉପାଦେୟତା ଓ ତ୍ବରାନ୍ବିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଶେଷରେ ଅଧ୍ୟାପକ ଡ଼କ୍ଟର ଶାରଦା ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Home ବ୍ରହ୍ମପୁର ସ୍ପେଶାଳ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ୪ ଦିନ ବ୍ୟାପି ବ୍ୟବହାରିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦ୍ଯାପିତ