ପୋଲସରା କଲେଜର ନୂତନ ଅଧ୍ୟାପକଙ୍କୁ ସମ୍ବର୍ଦ୍ଧନା।

0
172

ପୋଲସରା, ୨୫/୧୧/୨୦୨୨: ଗଞ୍ଜାମ ଜିଲ୍ଲା ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ନୂତନ ଅଧ୍ୟାପକ ନିଯୁକ୍ତି କରିଥିବା ବେଳେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଗୋଦାବରୀସ୍ ମହାବିଦ୍ୟାଲାୟା | ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ର ଅଧ୍ୟାପକ ବନମାଳୀ ବେହେରା ସେଠାରୁ ସ୍ଥାନାନ୍ତରିତ ହୋଇ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ଭାବେ ଯୋଗଦାନ କରିଛନ୍ତି। ଅଧ୍ୟାପକ ଶ୍ରୀ ବେହେରାଙ୍କୁ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିବାକର ମିଶ୍ରଙ୍କ ଉପସ୍ଥିତିରେ ରାଜନୀତି ବିଜ୍ଞାନର ଦ୍ବିତୀୟ ବର୍ଷ ଛାତ୍ର ଶଙ୍କର୍ଷଣ ପ୍ରଧାନ ଓ ସିନୁ ବିଷୋୟୀ ଏବଂ ଶେଷ ବର୍ଷର ଛାତ୍ର କବିରାଜ ଗୈଡ, ଆଶିଷ ପ୍ରଧାନ, ଦେବାଶିଷ ଷଡ଼ଙ୍ଗୀ, ଗଗନ ସେଠୀ, କାହ୍ନୁ ଗୌଡ଼ ଓ ଦର୍ଶନ ଶାସ୍ତ୍ର ବିଭାଗ ଛାତ୍ର ରାମେଶ୍ଵର ସାହୁ, ଉଦ୍ଭିଦ ବିଜ୍ଞାନ ବିଭାଗ ଛାତ୍ର ଭୂବନ ସାହୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here