ଏଆଇଟିୟୁସି ଅନୁମୋଦିତ ଗଞ୍ଜାମ ଜିଲ୍ଲା ଅଙ୍ଗନବାଡ଼ି କର୍ମୀ ସଂଘର ୪ର୍ଥ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

0
158

ବ୍ରହ୍ମପୁର, ୦୨/୧୨/୨୦୨୨ : ଅଲ୍ ଇଣ୍ଡିଆ ଟ୍ରେଡ ୟୁନିୟନ କଂଗ୍ରେସ (ଏଆଇଟିୟୁସି) ଅନୁମୋଦିତ ଗଞ୍ଜାମ ଜିଲ୍ଲା ଅଙ୍ଗନବାଡ଼ି କର୍ମୀ ସଂଘର ଚତୁର୍ଥ ବାର୍ଷିକ ଜିଲ୍ଲା ସମ୍ମିଳନୀ ଆଜି ଛତ୍ରପୁର ଝୁନି ଦେବୀ ନଗର , ଲକ୍ଷ୍ମଣ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ମମତାଜ ଖୁଣ୍ଟିଆଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ତଥା ଅଙ୍ଗନବାଡ଼ି କର୍ମୀ ସଂଘ କାର୍ଯ୍ୟକାରୀ ସଭାପତି ବିଜୟ କୁମାର ଜେନା , ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଜିଲ୍ଲା ସମ୍ପାଦକ ସାଥୀ ପ୍ରକାଶ ପାତ୍ର , ସାଥୀ ପ୍ରବୀଣ ଦାସ , ସାଥୀ ନିରକଣ୍ଠା ଦାସ ପ୍ରମୁଖ ଯୋଗଦେଇ ସାଂପ୍ରତିକ ସ୍ଥିତିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଚାଲିଥିବା ଅଙ୍ଗନବାଡ଼ି କର୍ମୀ ମାରଣ ନୀତିକୁ ଦୃଢ଼ ବିରୋଧ କରିଥିଲେ । ଓଡ଼ିଶାରେ ଅଙ୍ଗନବାଡ଼ି କର୍ମୀଙ୍କୁ ସଂଗଠିତ କରି ଗୋଟିଏ ଛାତରେ ରଖି ସେମାନଙ୍କ ନାର୍ଯ୍ୟଦାବୀ ହାସଲରେ ନୀରବ ଛିନ୍ନ ସଂଘର୍ଷ କରୁଥିବା ସର୍ବପ୍ରଥମ ଶ୍ରମିକ ସଂଗଠନ ଏଆଇଟିୟୁସିର ଅନୁବାନ୍ଧିତରେ ଆଜି ମଧ୍ୟ ଚାଳିଶ ହଜାରରୁ ଅଧିକ ଅଙ୍ଗନବାଡ଼ି କର୍ମୀ ରହିଥିବାରୁ ସଂଘ କର୍ମୀଙ୍କୁ ଅଭିବାଦନ ପ୍ରଦାନ କରାଯାଇଥିଲା । ସଂଘର ନାର୍ଯ୍ୟ ଦାବୀ ପାରିତୋଷିକ ବଦଳରେ ଦରମା ପ୍ରଦାନ ସହ ପଦବୀକୁ ସରକାରୀ ଘୋଷଣା କରିବା , ବରିଷ୍ଠତା ଭିତ୍ତିରେ ପଦୋନ୍ନତି ଦେବା , ବର୍ଦ୍ଧିତ ଦର ଭିତ୍ତିରେ ଏସଏନପି ଦରବୃଦ୍ଧି କରିବା , କର୍ମୀଙ୍କ ସାମାଜିକ ସୁରକ୍ଷା ଆଦିକୁ ନେଇ ପ୍ରସ୍ତୁତ କରାଯାଇଥିବା ୧୬ ଦଫା ଦାବିକୁ ସମ୍ମିଳନୀରେ ଆଲୋଚନା କରାଯାଇଥିଲା ।ଏହା ସହିତ କେନ୍ଦ୍ରରେ ବିଜେପି ନେତୃତ୍ଵାଧୀନ ମୋଦୀ ସରକାର ଅମଳରେ ଆଇସିଡିଏସ ର ଅଧୋଃଗତି , କର୍ପୋରେଟ ପ୍ରୀତି ଏବଂ କର୍ମୀଙ୍କ ପ୍ରତି କରାଯାଇଥିବା ଅବିଚାରକୁ ନେଇ ସମାଲୋଚନା କରାଯାଇଥିଲ । ଉପସ୍ଥିତ ରାଜ୍ୟ ଓ ଜିଲ୍ଲା ସଂଗଠନ କର୍ମକର୍ତ୍ତା ନିଜ ନିଜ ଅଭିଭାଷଣରେ କର୍ମୀଙ୍କ ସମସ୍ୟା ଓ ବିଭାଗୀୟ ଅବିଚାରକୁ ନେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଏହା ସହିତ ଆସନ୍ତା ୯ ତାରିଖରେ ଭୁବନେଶ୍ଵର ଠାରେ ହେବାକୁ ଥିବା ଅଙ୍ଗନବାଡ଼ି କର୍ମୀ ସଂଗଠନର ମିଳିତ ବିକ୍ଷୋଭ ଆନ୍ଦୋଳନକୁ ଗଞ୍ଜାମ ଜିଲ୍ଲାରୁ ପ୍ରବଳ ମାତ୍ରାରେ ଅଂଶ ଗ୍ରହଣ କରି ସଫଳ କରାଇବାକୁ ଆହ୍ଵାନ ଦିଆଯାଇଥିଲା । ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାରେ ଥିବା ୧୪ ଗୋଟି ପ୍ରକଳ୍ପରେ କାର୍ଯ୍ୟରତ ଦୁଇ ଶହରୁ ଅଧିକ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ ।
ଆୟୋଜିତ କାର୍ଯ୍ୟକ୍ରମକୁ ସଂଗଠନ ଜିଲ୍ଲା ଉପସଭାପତି ମାଣିକେଶ୍ଵରୀ ପଟ୍ଟନାୟକ ,ସମ୍ପାଦିକା ନର୍ମଦା ନାହାକ , ଦମୟନ୍ତୀ ଦୋରା , ମିନତି ବରାଡ , ଲକ୍ଷ୍ମୀ ପ୍ରଧାନ , ବାସନ୍ତୀ ପ୍ରଧାନ , ମିତା ମିଶ୍ର , ସୁଷମା ପ୍ରଧାନ ବନିତା କୁମାରୀ ରଥ , କୁନା ଦାସ , ସନ୍ତୋଷ ଦାଶ ପ୍ରମୁଖ କମୀ ଓ ସଂଗଠକ ଉପସ୍ଥିତ ରହି ପରିଚାଳନା ଗତ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here