ଚିନ୍ମୟ କୁମାର ହୋତାଙ୍କୁ ମିଳିଲା ଗଜପତି ଜିଲ୍ଲା ଯୁବ କଂଗ୍ରେସ ଦାୟିତ୍ବ

0
210

ବ୍ରହ୍ମପୁର, ୦୨/୧୨/୨୦୨୨: ଗଜପତି ଜିଲ୍ଲା ଯୁବ କଂଗ୍ରେସକୁ ସୁଦୃଢ ଓ ଗତିଶୀଳ କରିବା ପାଇଁ ରାଜ୍ୟ ଯୁବ କଂଗ୍ରେସ ସଭାପତି ଡ଼. ସ୍ମୃତି ରଞ୍ଜନ ଲେଙ୍କା , କେନ୍ଦ୍ରୀୟ ପ୍ରଭାରୀ ମିଲନ୍ଦ ଗୌତମ ଓ ସହ ପ୍ରଭାରୀ ଅଭିନଵ ସିଦ୍ଧାର୍ଥ ଭଗତଙ୍କ ସୁପାରିଶ କ୍ରମେ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସର ପ୍ରାକ୍ତନ ସଭାପତି ଶ୍ରୀ ଚିନ୍ମୟ କୁମାର ହୋତାଙ୍କୁ ଗଜପତି ଜିଲ୍ଲା ଯୁବ କଂଗ୍ରେସର ପ୍ରଭାରୀ ରୂପେ ନିଯୁକ୍ତ ଦିଆଯାଇଛି । ନିଯୁକ୍ତି ପାଇବା ପରେ ଶ୍ରୀ ହୋତା ନିଜ ପ୍ରତିକ୍ରିୟାରେ ଗଜପତି ଜିଲ୍ଲାରେ କଂଗ୍ରେସର ବିଜୟ ଓ ଗୌରବ ଯାତ୍ରାକୁ ଅପରିବର୍ତ୍ତିତ ରଖିବା , ଆଦିବାସୀ ଓ ଦଳିତ ଲୋକଙ୍କ ହକ୍ ପାଇଁ ଲଢ଼ିବାରେ ଯୁବ କଂଗ୍ରେସ ତାର ନିଷ୍ଠାପର ଦାଇତ୍ଵ ନିର୍ବାହ କରିବା ନେଇ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏହା ସହିତ ନବୀନ ସରକାରଙ୍କ ସମୟରେ ଗଜପତି ଜିଲ୍ଲାରେ କରାଯାଇଥିବା ବିକାଶର ନାରାରେ , କୃଷି ଓ କୃଷକଙ୍କ ସମସ୍ୟା , ଶିକ୍ଷା ଓ ନିଯୁକ୍ତି , ମହିଳା ସଶକ୍ତିକରଣ ଏବଂ ଆଦିବାସୀ ବିରୋଧୀ ନୀତି ବିରୋଧରେ ଯୁବ ସଂଗଠନକୁ ପ୍ରୋତ୍ସାହିତ କରାଇ ତୀବ୍ର ବିରୋଧ କରାଯିବାକୁ ନିଜ ପ୍ରତିକ୍ରିୟା ରଖିଛନ୍ତି

LEAVE A REPLY

Please enter your comment!
Please enter your name here